Categories: ଜାତୀୟ

ଏହି ତୁଳନାରେ ପାକିସ୍ତାନଠାରୁ ପଛରେ ଭାରତ

ନୂଆଦିଲ୍ଲୀ,୧୬।୧୦: ଆଜି ବିଶ୍ୱ ଖାଦ୍ୟ ଦିବସ। ଏହି ଦିବସ ପୂର୍ବରୁ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଏହି ରିପୋର୍ଟ ପ୍ରକାଶ ପାଇଛି। ୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ୧୦୨ ରହିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ତାଲିକାରେ ପଡୋଶୀ ପାକିସ୍ତାନ ୯୪ତମ ସ୍ଥାନରେ ରହିଛି। ଦକ୍ଷିଣ ଏସିଆ ଦେଶ ମଧ୍ୟରେ ଭାରତର ସ୍ଥାନ ସବୁଠୁ ଖରାପ ରହିଛି। ୨୦୧୫ରେ ମଧ୍ୟ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଭାରତ ୯୩ ନମ୍ବର ସ୍ଥାନରେ ରହିଥିଲା। ସେହିପରି ୨୦୧୬ରେ ଭାରତର ସ୍ଥାନ ୯୭, ୨୦୧୭ରେ ୧୦୦, ୨୦୧୮ରେ ୧୦୩ ନମ୍ବରରେ ଥିଲା ଭାରତ।

Share