Categories: ଫୁରସତ

ଏହି ଜିଲାପିକୁ ଖାଇବାକୁ ଦେଶ ବିଦେଶରୁ ଆସନ୍ତି ଗ୍ରାହକ…

ଭାରତରେ ଜିଲାପି ବେଶ୍‌ ଲୋକପ୍ରିୟ। ଏହାକୁ କେହି କେହି ଜଲେବି ମଧ୍ୟ କୁହନ୍ତି। ଏହାର ପ୍ରସ୍ତୁତି ଶୈଳୀ ଅନ୍ୟ ମିଠା ତୁଳନାରେ ଭିନ୍ନ ରହିଥାଏ। ମଧ୍ୟପ୍ରଦେଶରେ ବଡ଼ ବଡ଼ ଜିଲାପି ପ୍ରସ୍ତୁତ ହୋଇଥାଏ। ଏସବୁ ଜିଲାପିର ଓଜନ ୩ ଶହରୁ ୫ ଶହ ଗ୍ରାମ ମଧ୍ୟରେ ହୋଇଥାଏ। ସ୍ଥାନୀୟ ଲୋକେ ଏହାକୁ ଇମରତି କୁହନ୍ତି। ଏହାର ପ୍ରସ୍ତୁତି ପ୍ରଣାଳୀ ଜିଲାପିଠାରୁ ଅଳ୍ପ ଭିନ୍ନ ବୋଲି କୁହାଯାଇଥାଏ। ଏହାକୁ ଖାଇବାକୁ ଦେଶ ବିଦେଶରୁ ଗ୍ରାହକ ମଧ୍ୟପ୍ରଦେଶ ଆସିଥାନ୍ତି। ଏଠାକାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବା ସହିତ ଜିଲାପି ଖାଇବାର ମଜ୍ଜା ମଧ୍ୟ ଉଠାଇଥାନ୍ତି।

Share