ଏହିସବୁ ତେଲ ଶିଶୁଙ୍କୁ କରିଥାଏ ଶକ୍ତ

 

ଶିଶୁ ଜନ୍ମ ନେବା ପରେ ତାର ଲାଳନପାଳନ କ୍ଷେତ୍ରରେ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଜନ୍ମ ହେବା ପରେ ସେମାନଙ୍କୁ କ’ଣ ଖାଇବାକୁ ଦିଆଯିବ, ସେମାନଙ୍କଠାରେ କେଉଁ ତେଲ ମାଲିସ କରାଯିବ ସେ ନେଇ ମା’ମାନେ ଦ୍ୱନ୍ଦ୍ୱରେ ଥାନ୍ତି। ମାତ୍ର ଯଦି ଆପଣଙ୍କ ଶିଶୁର ହାଡ଼ ଶକ୍ତ କରିବା ସହ ଚେହେରାକୁ ସୁନ୍ଦର କରିବାକୁ ଚାହାନ୍ତି ଭଲ ତେଲରେ ମାଲିସ କରିବା ଉଚିତ। ତେବେ ଜାଣନ୍ତୁ ଏପରି କେଉଁ ତେଲ ରହିଛି ଯାହା ଶିଶୁଙ୍କ ହାଡ଼କୁ ଶକ୍ତ କରିଥାଏ।

ଆଲମଣ୍ଡ: ଏହି ତେଲ କେବଳ ଛୋଟ ପିଲା ନୁହେଁ ବଡଙ୍କ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଏଥିରେ ଭରପୁର ମାତ୍ରାରେ ଭିଟାମିନ ‘ଇ ’ ମିଳିଥାଏ। ଏହାକୁ ମାଲିସ କରିବା ଫଳରେ କେବଳ ଶିଶୁଙ୍କ ହାଡ ଶକ୍ତ ହୋଇ ଥାଏ ତାହା ନୁହେଁ ବରଂ ଚର୍ମ ନରମ ହୋଇଥାଏ।
ଏହା ଶିଶୁଙ୍କ ମସ୍ତିସ୍କ ଲାଗି ମଧ୍ୟ ଲାଭକାରୀ ହୋଇଥାଏ।

ଘିଅ: ଏହାକୁ ଶିଶୁଙ୍କୁ ମାଲିସ କରିବା ଫଳରେ ସେମାନଙ୍କ ହାଡ଼ ଶକ୍ତ ହେବା ସହ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନ ଥାଏ। ଥଣ୍ଡା ଦୂର ପାଇଁ ମଧ୍ୟ ଘିଅର ମାଲିସ ଲାଭକାରୀ ହୋଇଥାଏ।

ରାଶି ତେଲ: ଏହାକୁ ଲଗାଇଲେ ଦେହ ଗରମ ହୋଇଥାଏ ।ତେଣୁ ଏହାକୁ କେବଳ ଶୀତ ଦିନେ ମାଲିସ କରିବା ଉଚିତ। ଲକ୍ଷ୍ୟ ରଖିବେ ତେଲ ଯେପରି ନକଲି ହୋଇ ନଥାଏ।

ଅଲିଭ୍‌: ଏହି ତେଲକୁ ଶିଶୁଙ୍କ ଠାରେ ମାଲିସ କରିବା ଫଳରେ ହାଡ ଶକ୍ତ ହେବା ସହ ଚର୍ମ କୋମଳ ଏବଂ କେଶ ବଢ଼ିଥାଏ। ତେବେ ଏସବୁ ତେଲ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।