ଏହିସବୁ ଖାଦ୍ୟ ସଜ ଅପେକ୍ଷା ବାସି ହୋଇଥାଏ ଅଧିକ ସ୍ବାଦିଷ୍ଠ

ପ୍ରାୟ ସମସ୍ତଙ୍କୁ ଗରମ ଖାଦ୍ୟ ପସନ୍ଦ। ଏହା ସ୍ବାଦିଷ୍ଠ ହେବା ସହ ସ୍ବାସ୍ଥପକ୍ଷେ ହିତକର ମଧ୍ୟ। ଅପରପକ୍ଷେ ଶୀତଦିନେ ଥଣ୍ଡା ଖାଦ୍ୟ କଥା ଭାବିଲେ ମନ ପାଣିଚିଆ ହୋଇଯାଏ। ହେଲେ କ’ଣ ଆପଣ ଜାଣନ୍ତି, ଏପରି କିଛି ଖାଦ୍ୟ ରହିଛି ଯାହାକୁ ଶୀତଦିନେ ସଜ ଅପେକ୍ଷା ବାସି ଖାଇଲେ ବେଶି ସ୍ବାଦିଷ୍ଠ ଲାଗିଥାଏ।
ଅନେକ ସମୟରେ ଶୀତଦିନେ ରୋଷେଇ କରିବାକୁ ଇଚ୍ଛା ହୋଇ ନ ଥାଏ। ଏହି ଦିନଗୁଡିକରେ ନିମ୍ନରେ ଦିଆଯାଇଥିବା ଖାଦ୍ୟର ମଜା ନେଇପାରିବେ। ତେବେ ଜାଣନ୍ତୁ ସେ ସମ୍ପର୍କରେ….

ଶାଗ:
ଶୀତଦିନେ ପାଳଙ୍ଗ, ମେଥି ଓ ସୋରିଷ ପତ୍ରରେ ପ୍ରସ୍ତୁତ ଶାଗ ଜାତୀୟ ଖାଦ୍ୟ ଭାରତୀୟଙ୍କର ଖୁବ୍‌ ପସନ୍ଦ ହୋଇଥାଏ। ରାତିରେ ଏହାକୁ ପ୍ରସ୍ତୁତ କରି ଫ୍ରିଜ୍‌ରେ ରଖି ସକାଳେ ଗରମ କରି ଦେଶୀ ଘିଅ ପକାଇ ମକା ରୁଟି ସହ ଖାଇଲେ
ଏହା ସଜ ଅପେକ୍ଷା ଅଧିକ ସ୍ବାଦିଷ୍ଠ ଲାଗିଥାଏ।

ସାହି ପନିର:
ଟମାଟୋ, କାଜୁ ଓ ବିଭିନ୍ନ ମସଲାରେ ପ୍ରସ୍ତୁତ ସାହି ପନିର ଖାଇବାକୁ ଅଧିକ ସ୍ବାଦିଷ୍ଠ ଲାଗିଥାଏ। ମାତ୍ର ରାତିରେ ବଳି ଯାଇଥିବା ଏହି ଖାଦ୍ୟକୁ ସକାଳେ ପରଟାରେ ଖାଇଲେ ମଧ୍ୟ ଅଧିକ ସୁସ୍ବାଦୁ ଲାଗିଥାଏ।

ରାଜମା:
ଭାରତର ଅଧିକାଂଶ ଲୋକ ରାଜମାକୁ ପସନ୍ଦ କରିଥାନ୍ତି। ଏହାକୁ ଖାଲି ଖାଇବା ଅପେକ୍ଷା ଜିରା ରାଇସ୍‌ରେ ଖାଇବାକୁ ଭଲ ଲାଗିଥାଏ। ଏହାର ସଜ ଅପେକ୍ଷା ବାସି ଅଧିକ ଭଲ ଲାଗିଥାଏ।

ଗାଜର ହାଲୁଆ:
ଶୀତଦିନେ ଗାଜର ହାଲୁଆର ମଜା ନେବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଗରମ ଗରମ ଅବସ୍ଥାରେ ଏହାକୁ ଖାଇଲେ ସୁଆଦିଆ ଲାଗିଥାଏ। ରାତିରେ ରଖି ସକାଳେ ଥଣ୍ଡାଥଣ୍ଡା ଖାଇଲେ ଭଲ ଲାଗିଥାଏ।

କଡି: ଭାରତୀୟ ଦହି କଡିକୁ ଅଧିକ ପସନ୍ଦ କରିଥାନ୍ତି। ମାତ୍ର ଏହାକୁ ସଜ ଅପେକ୍ଷା ବାସି ଖାଇଲେ ରୁଚିକର ଲାଗିଥାଏ।