ଏସ୍‌.ଭି.ରଙ୍ଗନାଥ ଅନ୍ତରୀଣ ଅଧ୍ୟକ୍ଷ

କ୍ୟାଫେ କଫି ଡେ ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଯାଇଥିବା ପୋଲିସ ଘୋଷଣା କରିବା ପରେ କମ୍ପାନୀ ବୋର୍ଡ ବୁଧବାର ଜରୁରିକାଳୀନ ବୈଠକ ଡାକି ଏସ.ଭି.ରଙ୍ଗନାଥଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ସେହିପରି ନୀତିନ ବାଗମାନେ ଅନ୍ତରୀଣ ସିଓଓ ଭାବେ ଦାୟିତ୍ୱ ତୁଲାଇବେ। ରଙ୍ଗନାଥ ବର୍ତ୍ତମାନ ଅଣ କାର୍ଯ୍ୟନିର୍ବାହୀ ସ୍ବାଧୀନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି। କମ୍ପାନୀ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି ଯେ, ଆର୍‌.ରାମମୋହନଙ୍କ ନେତୃତ୍ୱରେ ଏକ କାର୍ଯ୍ୟନିର୍ବାହୀ କମିଟି ନିକଟରେ ସମସ୍ତ ଅଧିକାର ରହିବ ଯାହା ପୂର୍ବରୁ ସିଇଓ ଭାବେ ସିଦ୍ଧାର୍ଥ ତୁଲାଉଥିଲେ।
ମନେପକାଉଛି ମାଲନାଡ
କଫି କିଙ୍ଗ୍‌ ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ପରଲୋକ ହୋଇଥିବା ମଙ୍ଗଲୁରୁ ପୋଲିସ ବୁଧବାର ଘୋଷଣା କରିବା ପରେ କର୍ନାଟକରେ ଶୋକର ଛାୟା ଖେଳିଯାଇଛି। ୫୮ ବର୍ଷୀୟ ଏହି ବ୍ୟବସାୟୀ ମାଲନାଡ ଅଞ୍ଚଳରେ ବେଶ୍‌ ଲୋକପ୍ରିୟ ଥିଲେ। ନିଜ ଜିଲା ସମେତ ବିଭିନ୍ନ ଅଞ୍ଚଳରେ ସେ ପ୍ରାୟ ୫୦ ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିଲେ। ସିଦ୍ଧାର୍ଥଙ୍କ ନିଜ ଜିଲା ଚିକ୍‌ମାଗାଲୁରୁ ପାହାଡପର୍ବତ ଘେରା, ବନାନୀ ଓ ଝରଣା ଏବଂ କଫି ପ୍ଳାଣ୍ଟେଶନ ପାଇଁ ପ୍ରସିଦ୍ଧ। କର୍ନାଟକର କେନ୍ଦ୍ରୀୟ ଅଞ୍ଚଳରେ ଥିବା ଏହି ଜିଲା ମାଲନାଡ ଭାବେ ବେଶ ଜଣାଶୁଣା। କଫି ଇଷ୍ଟେଟ ମାଲିକଙ୍କ ପୁତ୍ର ସିଦ୍ଧାର୍ଥଙ୍କ ପରିବାର ୧୩୦ ବର୍ଷ ହେବ କଫି ପ୍ଲାଣ୍ଟେଶନ ବ୍ୟବସାୟ ସହ ଜଡ଼ିତ। କଫି କିଙ୍ଗ୍‌ ଭାବେ ପରିଚିତ ସିଦ୍ଧାର୍ଥ ୧୯୯୬ରେ ପ୍ରଥମ କ୍ୟାଫେ କଫି ଡେ ଆଉଟଲେଟ୍‌ ପ୍ରତିଷ୍ଠା କରିଥିଲେ। ତାଙ୍କର ଦୂର ସମ୍ପର୍କୀୟ ଜୟରାମ ଜି. କିମାନେ କହନ୍ତି ଯେ, ସେ ତାଙ୍କୁ ୧୯୮୫ରୁ ଜାଣିଥିଲେ। ନିଜକୁ ସେ ବଡ଼ ଭାବେ ପ୍ରତିଷ୍ଠିତ କରିପାରିଥିଲେ। ଜଣେ ସମ୍ମାନିତ ଏବଂ ଉତ୍ତରଦାୟୀ ବ୍ୟକ୍ତି ଭାବେ ସେ ବେଶ ଜଣାଶୁଣା। ଆମ ଅଞ୍ଚଳର ବହୁ ବ୍ୟକ୍ତିଙ୍କୁ ସେ ରୋଜଗାର ଦେଇଛନ୍ତି। ନିଜର ବ୍ରାଣ୍ଡ ସମେତ ବିଶାଳ ପ୍ଲାଣ୍ଟେଶନର ପରିଚାଳନାରେ ତାଙ୍କର ଦକ୍ଷତା ଥିଲା। ତାଙ୍କ ଗ୍ରାମନିବାସୀ ତାଙ୍କର ଦୀର୍ଘଦିନର ସହଯୋଗୀ ହଲପ୍ପା ଗୌଡାଙ୍କ କହିବାନୁଯାୟୀ,ହାସନ, ଚିକମାଗାଲୁରୁ, ଶିବାମୋଗା, କୁର୍ଗ(ଏହି ଜିଲାଗୁଡ଼ିକୁ ନେଇ ମାଲନାଡ ଗଠିତ)ରେ ହଜାର ହଜାର ଲୋକଙ୍କୁ ସେ ନିଯୁକ୍ତି ଦେଇଥିଲେ। ଶିବାମୋଗା ଜିଲା ଚାମ୍ବର ଅଫ୍‌ କମର୍ସର ପୂର୍ବତନ ପ୍ରେସିଡେଣ୍ଟ ବି.ଏସ୍‌.ଅରୁଣ କହିଥିଲେ ଯେ, ତାଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ବ୍ୟବସାୟୀ ବହୁ ବର୍ଷ ଧରି ମିଳିନାହାନ୍ତି। ତାଙ୍କ ଭଳି କେହି ସ୍ବପ୍ନ ଦେଖିନାହାନ୍ତି। ଅନେକ ରିଏଲ ଇଷ୍ଟେଟରେ ନିବେଶ କରୁଥିବାବେଳେ ସେ କଫି ଓ ସଫ୍ଟଓ୍ବେରରେ ନିବେଶ କରିଥିଲେ। ଦି ଥିକସେକ୍‌ ଫ୍ୟାକ୍ଟ୍ରିର ପ୍ରତିଷ୍ଠାତା ୟଶବନ୍ତ ନାଗ ମୋଚେରଲା କହିଥିଲେ ଯେ, ସେ ଓ ତାଙ୍କ ଭଳି ପ୍ରତିଷ୍ଠିତ ସମସ୍ତ ଉଦ୍ୟୋଗୀ ଏବଂ ଭବିଷ୍ୟତର ଉଦ୍ୟୋଗୀଙ୍କ ପାଇଁ ସିଦ୍ଧାର୍ଥ ଥିଲେ ଆଦର୍ଶ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri