Categories: ଜାତୀୟ

ଏସ୍‌.ଜୟଶଙ୍କରଙ୍କୁ ଧନ୍ୟବାଦ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏକ ଟୁଇଟରେ ସେ କହିଛନ୍ତି, ଏସ. ଜୟଶଙ୍କରଙ୍କୁ ଧନ୍ୟବାଦ, ଯିଏ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଷମତାକୁ ଲୁଚାଇଦେଲେ। ମୋର ଆଶା ଅଛି ଯେ ଆପଣଙ୍କ ହସ୍ତକ୍ଷେପ ଫଳରେ ବର୍ତ୍ତମାନ ଏହା ଠିକ ହୋଇଯିବ। ପ୍ରଧାନମନ୍ତ୍ରୀଙ୍କୁ କୂଟନୀତି ବିଷୟରେ କିଛି ଶିଖାଇ ଦିଅନ୍ତୁ ବୋଲି ରାହୁଲ ଜୟଶଙ୍କରଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସୂଚନାଯୋଗ୍ୟ, ହାଓଡି ମୋଦୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଉଦବୋଧନ ଦେବା ସମୟରେ ‘ଅବକୀ ବାର ଟ୍ରମ୍ପ ସରକାର’ ନାରା ଦେଇଥିଲେ। ଏହାକୁ ନେଇ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ନେତାମାନେ ପ୍ରଶ୍ନ କରିଥିଲେ। ଦେଶର ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରି ନିର୍ବାଚନ ପ୍ରଚାର କରିବା ଭାରତର ବିଦେଶ ନୀତି ନୁହେଁ ବୋଲି କଂଗ୍ରେସ ନେତା ଅଭିଯୋଗ କରିଥିଲେ। ଏନେଇ ଜୟଶଙ୍କର ସଫେଇ ଦେଇ କହିଥିଲେ, ମୋଦି ଟ୍ରମ୍ପଙ୍କ ପାଇଁ ପ୍ରଚାର କରିନାହାନ୍ତି ବରିଂ ଟ୍ରମ୍ପଙ୍କ ସ୍ଲୋଗାନକୁ ଦୋହରାଇଛନ୍ତି।

Share