Posted inଜାତୀୟ

ଏସ୍‌ସି, ଏସ୍‌ଟି ଆଇନ: ବିନା ତଦନ୍ତରେ ଦାଏର ହୋଇପାରିବ ଏଫ୍‌ଆଇଆର୍‌; ରାୟ ପ୍ରତ୍ୟାହାର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୧୦(ପି.ଟି.): ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ଆଇନ ସମ୍ପର୍କିତ ରାୟ ଦେବାର ଦେଢ଼ବର୍ଷ ପରେ ସୁପ୍ରିମକୋର୍ଟ ଏହାକୁ ଆଂଶିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ଏହାସହ ଦେଶରେ ସମାନତା ଓ ଦଓ୍ବୋନି ଅଧିକାର ପାଇଁ ଦଳିତମାନଙ୍କ ଲଢ଼େଇ ଅଦ୍ୟାବଧି ଶେଷ ହୋଇ ନ ଥିବା ଦର୍ଶାଇ ଉକ୍ତ ଆଇନରେ ଅଭିଯୁକ୍ତଙ୍କ ସ୍ବତଃ ଗିରଫଦାରି ବ୍ୟବସ୍ଥାର ପୁନଃ ପ୍ରଚଳନ କରିଛନ୍ତି।
୨୦୧୮ ମାର୍ଚ୍ଚ ୨୦ରେ ଏସ୍‌ସି, ଏସ୍‌ଟି ନିର୍ଯାତନା ନିବାରଣ ଆଇନ, ୧୯୮୯କୁ ନେଇ ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ। ଅଭିଯୋଗ ହେବା ପରେ ସରକାରୀ କର୍ମଚାରୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଥିବା ବ୍ୟବସ୍ଥାକୁ ହଟାଇ ଦେଇ ଏହି ଆଇନର ଅପବ୍ୟବହାର ହେଉଥିବା ଦର୍ଶାଇଥିଲେ। ଏହାକୁ ନେଇ ସେତେବେଳେ ବହୁ ବିବାଦ ହୋଇଥିଲା। ଆଇନକୁ ଦୁର୍ବଳ କରିଦିଆଯାଇଛି ବୋଲି ଦଳିତ ସଙ୍ଗଠନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ କରାଯାଇଥିଲା। ଚାରିଆଡ଼ୁ ଚାପ ପଡ଼ିବା ପରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ରାୟ ବିରୋଧରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ ଦାଏର କରିଥିଲେ। ସେହିପରି ଉକ୍ତ ରାୟକୁ ପ୍ରଭାବହୀନ କରିବା ଲାଗି ପାର୍ଲାମେଣ୍ଟ ଆଇନରେ ସଂଶୋଧନ ଆଣିଥିଲା। ଜଷ୍ଟିସ୍‌ ଅରୁଣ ମିଶ୍ର, ଏମ୍‌.ଆର. ଶାହ ଏବଂ ବି.ଆର୍‌. ଗବାଲିଙ୍କୁ ନେଇ ଗତ ୧୩ରେ ଗଠିତ ଖଣ୍ଡପୀଠ କେନ୍ଦ୍ର ପିଟିଶନର ଶୁଣାଣି କରି ମଙ୍ଗଳବାର କହିଛନ୍ତି, ଦେଶରେ ଏସ୍‌ସି, ଏସ୍‌ଟି ବର୍ଗର ଲୋକେ ଏବେ ମଧ୍ୟ ଅସ୍ପୃଶ୍ୟତାକୁ ସାମ୍ନା କରୁଛନ୍ତି। ସମାନତା ପାଇଁ ସେମାନଙ୍କ ସଂଗ୍ରାମ ଶେଷ ହୋଇନାହିଁ। ଏସ୍‌ସି, ଏସ୍‌ଟିଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୫ରେ ବ୍ୟବସ୍ଥା ରହିଛି। ଏହାସତ୍ତ୍ୱେ ସେମାନେ ୭୦ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ସାମାଜିକ ଦୁର୍ବ୍ୟବହାର ଓ ଭେଦଭାବର ଶିକାର ହେଉଛନ୍ତି। ପୂର୍ବରୁ ଏଫ୍‌ଆଇଆର୍‌ ଦାଏର ହେବା ଆଗରୁ ପୋଲିସ ତଦନ୍ତକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ସଦ୍ୟ ରାୟରେ ଏହାକୁ ହଟାଇ ଦିଆଯାଇଛି। ଫଳରେ ଏବେ ଗିରଫ ପୂର୍ବରୁ ଅନୁମତି ନେବା ଆବଶ୍ୟକ ନୁହେଁ।
୨୦୧୮ ମାର୍ଚ୍ଚ ୨୦ରେ ଦୁଇଜଣିଆ ଖଣ୍ଡପୀଠ ଦେଇଥିବା ବିବାଦୀୟ ରାୟକୁ ଗତ ୧୮ରେ ଶୀର୍ଷ ଅଦାଲତ ସମାଲୋଚନା କରିବା ସହ ସହ ରାୟ ସଂରକ୍ଷିତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri