ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ୨ ଅଧ୍ୟାପକ ଗଣ୍ଡଗୋଳ ଘଟଣା: ଜଣେ ଅଧ୍ୟାପକଙ୍କ ସହ ୭ ଗିରଫ

ଜଗତ୍‌ସିଂହପୁର ଅଫିସ୍‌,୨୮ା୧: ଜଗତ୍‌ସିଂହପୁରସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକୀ(ଏସ୍‌ଭିଏମ୍‌) ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଅଧ୍ୟାପକ(ରିଡର) ଧୀରେନ ମହାନ୍ତି ଓ ଅଧ୍ୟାପକ ଜଗନ୍ନାଥ ବେହେରାଙ୍କ ମଧ୍ୟରେ ଗତ ୨୫ରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ସୋମବାର ଉଗ୍ର ରୂପ ନେଇଛି। ରିଡର ମହାନ୍ତି ୫ ବାହୁବଳୀଙ୍କୁ ଆଣି ମହାବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏଥିସହ ବାହୁବଳୀ ୫ ଓ ଭଡାରେ ଆସିଥିବା କାର ଚାଳକ ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ହେଲେ କଟକ ବଜ୍ରକବାଟୀରେ ରହୁଥିବା କେଉଁଝର ଜିଲା ହରିଚନ୍ଦନପୁର ଠାକୁରପଡ଼ାର ସୁନୀଲ ମହନ୍ତ (୩୦), କଟକ ଶଙ୍କରପୁର ଉପର ସାହିର ସର୍ବେଶ୍ୱର ସ୍ବାଇଁ(୫୦), ରାଜାବଗିଚାର ସନ୍ତୋଷ ଗୋଛାୟତ(୨୩), ସୁରେଶ ନାୟକ (୨୫), ଶଙ୍କରପୁର ବାଲିସାହିର ପ୍ରକାଶ ଚନ୍ଦ୍ର ଧଳ (୨୫) ଓ କାର ଚାଳକ ନୟାଗଡ଼ ଜିଲା ଖଣ୍ଡପଡ଼ା କୁମ୍ଭାର ସାହିର ପ୍ରଶାନ୍ତ ଦାସ। ଜଗତ୍‌ସିଂହପୁର ଥାନା ଏସ୍‌ଆଇ ରବିନାରାୟଣ ବେହେରାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ସଂଖ୍ୟା ୩୪/୨୦ ରୁଜୁ କରି ସମସ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଏଥିସହ ପୋଲିସ ଏକ ୦.୩୨ ଏମ୍‌ଏମ୍‌ ରିଭରଭ, ୬ ଜୀବନ୍ତ ଗୁଳି ଓ ଏକ କାର ଜବତ କରିଥିବା ଏସ୍‌ଡିପିସି ରବି ନାରାୟଣ ଶତପଥୀ ସୂଚନା ଦେଇଛନ୍ତି।
ଏସ୍‌ଡିପିଓ କହିଛନ୍ତି, ସୋମବାର ମହାବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ଯୋଗୁ ପରିସ୍ଥିତି ଅଣାୟତ୍ତ ହେଉଥିବା ଅଧ୍ୟକ୍ଷା ନୀତାରାଣୀ କର ସୂଚନା ଦେଇଥିଲେ। ଏହାପରେ ସେ ଏସ୍‌ଆଇ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପହଞ୍ଚତ୍ଥିଲେ। ଅଧ୍ୟକ୍ଷା ଓ ସେ ପିଲାଙ୍କୁ ଆନ୍ଦୋଳନରୁ ଓହରିଯିବାକୁ କହିଥିଲେ। ଫଳରେ କିଛି ସମୟ ପରିବେଶ ଶାନ୍ତ ହେଉଥିବାବେଳେ ପୁଣି ପିଲା ଆସି ହୋହଲ୍ଲା କରୁଥିଲେ। ଦାବି ଥିଲା ବାଣିଜ୍ୟ ବିଭାଗର ଅଧ୍ୟାପକ ବେହେରାଙ୍କ ଟ୍ୟୁସନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ଛାତ୍ରୀଛାତ୍ରଙ୍କ ଏହି ଦାବି ଉପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବିଚାର କରିବେ ବୋଲି କୁହାଯିବାରୁ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ହେଲେ କିଛି ସମୟ ପରେ ବାଣିଜ୍ୟ ବିଭାଗ ଆଡୁ ଏହି ଛାତ୍ରୀଛାତ୍ର ପୁଣି ଆସି ଅନୁରୂପ ଦାବି କରିଥିଲେ। କିଛି ସମୟ ପରେ ଜଣାଯାଇଥିଲାଯେ, ବାଣିଜ୍ୟ ବିଭାଗ ରିଡର ମହାନ୍ତି କଟକରୁ ବାହୁବଳୀ ଆଣି ଅଧ୍ୟାପକ ବେହେରାଙ୍କୁ ଭୟଭୀତ କରୁଛନ୍ତି। ଏହାଶୁଣି ଏସ୍‌ଆଇ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ବାଣିଜ୍ୟ ବିଭାଗ ନିକଟକୁ ଗଲାପରେ କାର ଭିତରେ ୪ ଓ ବାହାରେ ୨ ଜଣ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ରିଡର ମହାନ୍ତି ବିଭାଗ ପରିସରରେ ଥିଲେ। ପୋଲିସ କାର ଭିତରେ ଓ ବାହାରେ ଥିବା ୬ ଜଣଙ୍କ ପରିଚୟ ମାଗିବାରୁ ସେମାନେ ରିଡର ମହାନ୍ତିଙ୍କ ସାଥିରେ ଆସିଥିବା କହିଥିଲେ। ପରେ ରିଡର ମହାନ୍ତିଙ୍କୁ ପୋଲିସ ଡାକିଥିଲା। ରିଡର ମହାନ୍ତି ପହଞ୍ଚତ୍ଲା ପରେ ନିଜ ସୁରକ୍ଷା ପାଇଁ ବାହୁବଳୀଙ୍କୁ ଆଣିଥିବା ସ୍ବୀକାର କରିଥିଲେ। ୨୫ ତାରିଖରେ ବାଣିଜ୍ୟ ବିଭାଗ ସେମିନାର ଥିଲା। ଏହିଦିନ ରିଡର ମହାନ୍ତି ଓ ଅଧ୍ୟାପକ ବେହେରାଙ୍କ ଭିତରେ ହାତାହାତି ହୋଇଥିଲା। ମହାନ୍ତି ଏ ସମ୍ପର୍କରେ ଅଧ୍ୟକ୍ଷାଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ରିଡର ମହାନ୍ତିଙ୍କ ଅଭିଯୋଗ ଉପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷା କର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri