Categories: ବାଣିଜ୍ୟ

ଏସ୍‌ବିଆଇ ଋଣ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୮-୮: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିିଆଇ ବୁଧବାର ଋଣ ଉପରେ ସୁଧ ହାର ୦.୧୫% ହ୍ରାସ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟକୁ ୦.୩୫% ହ୍ରାସ କରାଯିବା ପରେ ଏସ୍‌ବିଆଇର ଗୃହ ଓ ଅଟୋ ଋଣ ଉପରେ ସୁଧ ହାର କମାଇଛି। ଅଗଷ୍ଟ ୧୦ରୁ ଏହା ଲାଗୁ ହେବ। ଏସ୍‌ବିଆଇ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଏମ୍‌ସିଏଲ୍‌ଆର୍‌ ସୁଧ ହାର ୮.୪୦ରୁ ୮.୨୫ % ରହିବ। ଏହି ସୁଧ ହାର ହ୍ରାସ ଯୋଗୁ ରେପୋ ରେଟ ଆଧାରିତ ସୁଧ ହାର ସେପ୍ଟେମ୍ବର ୯ରୁ କ୍ୟାଶ କ୍ରେଡିଟ ଆକାଉଣ୍ଟ/ଓଭରଡ୍ରାଫ୍‌ଟ ଗ୍ରାହକଙ୍କ ଲାଗି ସୁଧ ହାର ୭.୬୫ ପ୍ରତିଶତ ରହିବ। ଏହି ସୁଧ ହାର ହ୍ରାସ ଯୋଗୁ ବ୍ୟାଙ୍କର ଗୃହ ଋଣ ଏପ୍ରିଲ ପରେ ୦.୩୫% ଶସ୍ତା ହୋଇଯିବ।

Share