Categories: ବାଣିଜ୍ୟ

ଏସ୍‌ଏଫ୍‌ଆଇଓକୁ ଡିଏଚ୍‌ଏଫ୍‌ଏଲ୍‌ ତଦନ୍ତ ଭାର

ନୂଆଦିଲ୍ଲୀ,୨-୧୧: ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡ(ଡିଏଚ୍‌ଏଫ୍‌ଏଲ୍‌) ଆର୍ଥତ୍କ ଅନୀୟମିତତା ମାମଲାର ତଦନ୍ତ ଭାର ସିରିୟସ ଫ୍ରଡ ଇନଭେଷ୍ଟିଗେସନ ଲିମିଟେଡ(ଏସ୍‌ଏଫ୍‌ଆଇଓ)କୁ ସରକାର ପ୍ରଦାନ କରିଛନ୍ତି। ଏହି ମାମଲାରେ ଅର୍ଥ ହେରଫେର ନେଇ ସୁରାକ ପାଇବା ପରେ ଏଭଳି ନିର୍ଦ୍ଦେଶ ସରକାର ଦେଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି କମ୍ପାନୀ ବିରୋଧରେ ୩୧,୦୦୦ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ମାମଲା ସାମ୍ନାକୁ ଆସିଛି। ରେଜିଷ୍ଟ୍ରାର ଅଫ୍‌ କମ୍ପାନୀଜ ପ୍ରଥମେ ଏହି ଘଟଣା ଉପରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟକୁ ସୂଚାଇଥିଲା। ପରେ ମନ୍ତ୍ରଣାଳୟ ଏହା ଉପରେ ତଦନ୍ତ କରିଥିଲା। ସେହିଭଳି କେପିଏମ୍‌ଜି ପକ୍ଷରୁ ହୋଇଥିବା ଏକ ଫୋରେନସିକ ଅଡିଟରୁ ପ୍ରମୋଟରଙ୍କ ଅର୍ଥ ହେରଫେର ଘଟଣା ସାମ୍ନାକୁ ଆସିଥିଲା।

Share