ଆକର୍ଷଣ ସାଜିଛି ଏସ୍‌ଏଚ୍‌ଜି ମହିଳାଙ୍କ ପସରା

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ମିଶନ ଶକ୍ତି ମେଳାରେ ସମଗ୍ର ରାଜ୍ୟରୁ ଆସିଥିବା ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଆକର୍ଷଣ ସାଜିଛି। ଢେଙ୍କାନାଳ ଡୋକ୍ରା କାରୁକାର୍ଯ୍ୟରୁ ଆରମ୍ଭକରି କନ୍ଧମାଳ ହଳଦୀ, ରାୟଗଡ଼ା ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ଫଳ ଓ ପନିପରିବା ସମେତ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଆଚାର, ଚଟଣି, ମସଲା ଗୁଣ୍ଡ ଆଦି ସବୁକିଛି ଏହି ଗୋଟିଏ ସ୍ଥାନରେ ମିଳୁଛି। ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରଦର୍ଶନୀ ପଡିଆରେ ଚାଲିଥିବା ଏହି ମେଳାରେ ୨୫୧ ସ୍ବୟଂ ସହାୟକ ଗୋଷ୍ଠୀ ଓ ଉପତ୍ାଦକ ଗୋଷ୍ଠୀର ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ସାମଗ୍ରୀ, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ ହେଉଛି।

ଶୋ’ ଷ୍ଟପର୍‌ ‘ମ୍ୟାଙ୍ଗୋ ସ୍କ୍ବାଶ୍‌’
ଭୁବନେଶ୍ୱରରେ ପ୍ରଥମଥର ପାଇଁ ଏହି ମେଳାରେ ମିଳୁଛି ମ୍ୟାଙ୍ଗୋ ସ୍କ୍ବାଶ୍‌ ବା ଭେଜିଟେବୁଲ ପିୟର୍‌। ଜନଜାତି ଭାଷାରେ ‘ବେଲର ବାଇଗଣ’ ଭାବେ ଜଣାଶୁଣା ଏହି ପରିବାର ନାଁ ଯେପରି ନିଆରା ଏହାର ସ୍ବାଦ ମଧ୍ୟ ସେଭଳି ଭିନ୍ନ। ପାହାଡ଼ିଆ ଅଞ୍ଚଳରେ ଆଦିମ ଜନଜାତିଙ୍କ ଦ୍ୱାରା ଚାଷ ହେଉଥିବା ଏହି ପରିବା ମଧ୍ୟ ଆମେରିକୀୟ ଅଞ୍ଚଳର ଏକ ଲୋକପ୍ରିୟ ଖାଦ୍ୟ। ଭିଟାମିନ୍‌ ବି, ଭିଟାମିନ୍‌ ସି, ପୋଟାସିୟମ ଓ ଆମିନୋ ଏସିଡ୍‌ରେ ପରିପୂର୍ଣ୍ଣ ଏହି ପରିବା ମିଶନ ଶକ୍ତି ମେଳାର ଶୋ’ ଷ୍ଟପର୍‌ ସାଜିଛି। ଦେଖିବାକୁ ଚକୋଲେଟ୍‌, ଫଳ ଓ ପିଜୁଳି ଭଳି ଲାଗୁଥିବା ଏହି ‘ବେଲର ବାଇଗଣ’ର ସ୍ବାଦ ପାଟିକୁ କାକୁଡ଼ି ଭଳି ଲାଗେ। ରାୟଗଡ଼ା ନିୟମଗିରିରୁ ରମାବାଈ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହାକୁ ଆଣିଥିବାବେଳେ ରାଜଧାନୀର ଲୋକଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି। ମେଳା ବୁଲିବାକୁ ଆସୁଥିବା ଲୋକେ ଏହି ଷ୍ଟଲ୍‌ ପାଖରେ ସବୁଠାରୁ ଅଧିକ ଭିଡ଼ ଲଗାଉଛନ୍ତି। କିଏ ଚାଖିବାକୁ ଗୋଟିଏ ଦୁଇଟି ନେଉଛି ତ ଅଉ କେହି ଅଧାକେଜି, କେଜିଏ ନେଉଛି। କିଲୋପିଛା ମାତ୍ର ୪୦ ଟଙ୍କାରେ ବିକ୍ରି ହେଉଥିବା ଏହି ମ୍ୟାଙ୍ଗୋ ସ୍କ୍ବାଶ୍‌କୁ ନିୟମଗିରିର ଡଙ୍ଗରିଆ କନ୍ଧମାନେ ଚାଷ କରିଥାନ୍ତି। କଞ୍ଚାରେ ଖାଇବା ସହ ଏହାକୁ ଭଜା ଓ ତରକାରିରେ ମଧ୍ୟ ପକାଯାଏ ବୋଲି ଏହାକୁ ବିକ୍ରି କରୁଥିବା ସୁରୁମା କରକିଆ କହିଛନ୍ତି। କେବଳ ଏହି ମେଳା ନୁହେଁ, ରାଜ୍ୟ ଏବଂ ରାଜ୍ୟ ବାହାରେ ହେଉଥିବା ବିଭିନ୍ନ ମେଳାରେ ତାଙ୍କର ଏହି ବାଇଗଣକୁ ନେଇ ଲୋକଙ୍କ ମଧ୍ୟରେ ବିଶେଷ ଚାହିଦା ରହିଥାଏ। ଗତ ୩ ଦିନରେ ଆମର ୪ରୁ ୫ବସ୍ତା ବାଇଗଣ ବିକ୍ରି ହୋଇ ସାରିଥିବାରୁ ଆହୁରି ମଗାଇଛୁ ବୋଲି ସେ କହିଛନ୍ତି। ଏହାବ୍ୟତୀତ ତାଙ୍କ ଷ୍ଟଲ୍‌ରେ ଥିବା ଅଦିନିଆ ସପୁରୀ, କଞ୍ଚା ଓ ଶୁଖିଲା ଶିକାକାଇ, ଖମ୍ବଆଳୁ, ଶିମ୍ବ, ଦେଶୀ କଞ୍ଚାକଦଳୀ, ଶୁଖିଲା ହଳଦୀ, ମାଣ୍ଡିଆ ସମେତ ବିଭିନ୍ନ ପ୍ରକାରର ଡାଲି କିଣିବାକୁ ପ୍ରବଳ ଭିଡ଼ ଜମୁଛି।

ମାଣ୍ଡିଆ କାଫେର ‘ମାଣ୍ଡିଆ ବିରିୟାନୀ’
କୌଣସି ତାରକା ହୋଟେଲ କିମ୍ବା ବଡ଼ ରେଷ୍ଟୁରାଣ୍ଟ ନୁହେଁ, କେବଳ ମହିଳାଙ୍କ ଦ୍ୱାରା ଦେଶୀ ଶୈଳୀରେ ପ୍ରସ୍ତୁତ ଘର ତିଆରି ଖାଦ୍ୟ ମିଶନ ଶକ୍ତି ମେଳା ଫୁଡ୍‌ଷ୍ଟଲ୍‌ର ମୁଖ୍ୟ ଆକର୍ଷଣ ସାଜିଛି। ଅଧିକାଂଶ ମେଳା, ମହୋତ୍ସବରେ ବିଦେଶୀ ଓ ଫାଷ୍ଟ୍‌ଫୁଡ୍‌ ଖାଦ୍ୟ ବିକ୍ରି ହେଉଥିବା ବେଳେ ଏଠାରେ ମିଳୁଛି ମାଣ୍ଡିଆରେ ପ୍ରସ୍ତୁତ ସାଦା ଓ ଚିକେନ୍‌ ବିରିୟାନୀ। ମେଳାରେ ସ୍ବତନ୍ତ୍ର ଭାବେ ଏକ ‘ମାଣ୍ଡିଆ କାଫେ’ ଖୋଲିଛି। ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ମିଲେଟ୍‌ ବା ମାଣ୍ଡିଆରୁ ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ ଲୋକଙ୍କୁ ଆକର୍ଷିତ କରୁଛି। ଦେଶୀ ଓ ବିଦେଶୀ ତଡ୍‌କା ସାଙ୍ଗକୁ ଏଠାରେ ପ୍ରସ୍ତୁତ ହେଉଛି ମାଣ୍ଡିଆ ଚିକେନ୍‌ ପକୋଡା, ମାଣ୍ଡିଆ ସ୍ୟାଣ୍ଡ୍‌ୱିଚ୍‌, ମାଣ୍ଡିଆ ବରା, ମାଣ୍ଡିଆ ଆଳୁଚପ୍‌। ମାଣ୍ଡିଆରୁ ପ୍ରସ୍ତୁତ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପ୍ରକାରର ଖାଦ୍ୟ ଏଠାରୁ ଗ୍ରାହକ ପାଇପାରୁଥିବା ବେଳେ ମାଣ୍ଡିଆ ସାଦା ଓ ଚିକେନ୍‌ ବିରିୟାନୀର ଚାହିଦା ସବୁଠାରୁ ଅଧିକ ରହିଛି। ସେହିଭଳି ଜନଜାତି ମହିଳାଙ୍କ ଦ୍ୱାରା ସୁଆଁ, କାଙ୍ଗୁ, ଜହ୍ନା, ବାଜରା, ଚିନା, ଖୀରା ଓ ଚାଉଳରୁ ପ୍ରସ୍ତୁତ ଅନେକ ସାମଗ୍ରୀ ଏଠାରୁ ମିଳୁଛି। ତ୍ରିଶକ୍ତି ମହିଳା ପରିଷଦ ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟରେ ମଇଦା ଓ କର୍ନଫ୍ଲୋର ପରିବର୍ତ୍ତେ ମାଣ୍ଡିଆ ବ୍ୟବହାର କରାଯାଉଛି। ଏଥିପାଇଁ ଏନ୍‌ସିଡିସି ପକ୍ଷରୁ ୨୦ଜଣ ମହିଳାଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଛି। ଏହାବ୍ୟତୀତ ବାରିପଦା ମୁଢିମାଂସ, ନୟାଗଡ଼ ଛେନାପୋଡ଼, ବରା, ଆଳୁକଷା, ଚକୁଳି ଓ ମାଂସ ତରକାରି, ଅଣ୍ଡା ଚପ୍‌ ଆଦି ଏଠାରେ ମିଳୁଛି।
‘ମଷ୍ଟାର୍ଡ ଶସ୍‌’କୁ ଟକ୍କର ଦେଉଛି ‘ସୋରିଷ ଚଟଣି’
ସ୍ୟାଣ୍ଡ୍‌ଓ୍ବିଚ୍‌ରୁ ଆରମ୍ଭକରି ବର୍ଗର, ପାସ୍ତା ପର୍ଯ୍ୟନ୍ତ ପାଶ୍ଚାତ୍ୟ ଖାଦ୍ୟ ସାମଗ୍ରୀରେ ମଷ୍ଟାର୍ଡ ଶସ୍‌ ଏକ ଲୋକପ୍ରିୟ ଇନ୍‌ଗ୍ରେଡିଏଣ୍ଟ୍‌। ତେବେ ଟମାଟୋ, ଚିଲି ଓ ଅନ୍ୟାନ୍ୟ ଶସ୍‌ ଭଳି ଏହି ଶସ୍‌ ଏବେ ଭାରତରେ ଲୋକ୍‌ପ୍ରିୟ ହୋଇଥିବାବେଳେ ଏହାର ଚାହିଦା ବେଶ୍‌ ଅଧିକ ରହୁଛି। କାଫେ, ରେଷ୍ଟୁରାଣ୍ଟରେ ଆଜିକାଲି ଏହା ଅଧିକ ବ୍ୟବହାର ହେଉଥିବାରୁ ବଡ଼ ବଡ଼ ଗ୍ରୋସରୀ ଓ ରିଟେଲ ଷ୍ଟୋର୍‌ରେ ବିଭିନ୍ନ ବ୍ରାଣ୍ଡ୍‌ର ମଷ୍ଟାର୍ଡ ଶସ୍‌ ଚଢା ଦାମ୍‌ରେ ବିକ୍ରି ହେଉଛି। ତେବେ ମିଶନ ଶକ୍ତି ମେଳାରେ ଏହି ମଷ୍ଟାର୍ଡ ଶସ୍‌କୁ ଟକ୍କର ଦେବାକୁ ଆସିଛି ଦେଶୀ ଉପାୟରେ ପ୍ରସ୍ତୁତ ସୋରିଷ ଚଟଣି। ଶତ ପ୍ରତିଶତ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଏହି ଚଟଣି ସିଧା ଆସିଛି ଜେଜେ ମା’ଙ୍କ ରୋଷେଇଶାଳରୁ। ପାଟିକୁ ଚଟ୍‌ପଟା ସୁଆଦ ସହ କଡ଼ା ଲାଗୁଥିବା ଏହି ଚଟଣି ବିଦେଶୀ ମଷ୍ଟାର୍ଡ ଶସ୍‌ଠାରୁ ଅଧିକ ସୁସ୍ବାଦୁ ହୋଇଥିବା ବେଳେ ଦାମ୍‌ ମଧ୍ୟ ବହୁତ କମ୍‌ ରହୁଛି। ସୁଦୂର ନୂଆପଡ଼ା ଜିଲା ସିଲେଟ୍‌ପାଣି ବ୍ଲକ୍‌ ସ୍ବଂୟ ସହାୟକ ଗୋଷ୍ଠୀର ଯୁବତୀ ଓ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚଟଣି ବ୍ୟତୀତ ପାଚିଲା ଲଙ୍କା, କଞ୍ଚା ଲଙ୍କା, ବରକୋଳି, ଅଁଳା, ଆମ୍ବ, ଲେମ୍ବୁ, ପୋଦିନା ଓ ତେନ୍ତୁଳି ଚଟଣି ମଧ୍ୟ ପ୍ରଥମଥର ପାଇଁ ରାଜଧାନୀରେ ଦେଖିବାକୁ ମିଳୁଛି। ସମ୍ପୂର୍ଣ୍ଣ ଦେଶୀୟ ପଦ୍ଧତିରେ ହାତରେ ତିଆରି ହେଉଥିବା ଏହି ଚଟଣି ତିଆରିକରି ୨୩ ବର୍ଷୀୟ ବବିତା ମାଝି ରୋଜଗାରକ୍ଷମ ହୋଇପାରିଥିବା ବେଳେ ତାଙ୍କ ଗୋଷ୍ଠୀର ୧୬ଜଣ ମହିଳାଙ୍କୁ ଏହା ସ୍ବାବଲମ୍ବୀ କରିପାରିଛି। ବର୍ଷତମାମ୍‌ ଏଭଳି ଚଟଣି ସହ ଭଳିକି ଭଳି ଆଚାର, ଡାଲ୍‌ମା ମସଲା, ବିଭିନ୍ନ ତରକାରି ମସଲା, ଜଙ୍ଗଲଜାତ ମହୁ ଆଦି ବିକ୍ରିକରି ସେମାନେ ବାହାରକୁ ପଠାଉଛନ୍ତି। ବିନା ପିଆଜ, ରସୁଣରେ ପ୍ରସ୍ତୁତ ହେଉଥିବା ଏହି ଚଟଣି ମିଶନ ଶକ୍ତି ବ୍ରାଣ୍ଡ ଓ ଲେବଲିଂ ଥିବା ସ୍ବତନ୍ତ୍ର ବୋତଲରେ ବିକ୍ରି ହେଉଥିବାବେଳେ ଦାମ୍‌ ରହିଛି ମାତ୍ର ୬୦ଟଙ୍କା। ଫ୍ରିଜରେ ନ ରଖିଲେ ମଧ୍ୟ ବର୍ଷେ ପର୍ଯ୍ୟନ୍ତ ଏହାକୁ ସୁରକ୍ଷିତ ଭାବେ ଖାଇ ହେବ ବୋଲି ବବିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri