ଏସ୍‌ଏଚ୍‌ଜି ଦ୍ୱାରା ଅଣ୍ଡା ଯୋଗାଣ ନିଷ୍ପତିର ପୁର୍ନବିଚାର ଦାବି: ସିଡିପିଓଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୧୨ା୪(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଅଧୀନ ୨୬୭ ଅଙ୍ଗନୱାଡ଼ି କେନ୍ଦ୍ରକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଅଣ୍ଡା ଯୋଗାଣ କରିବାକୁ ପ୍ରଶାସନିକ ନିଷ୍ପତ୍ତିର ପୁନର୍ବିଚାର ପାଇଁ ବ୍ଲକ ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ଦାବି କରାଯାଇଛି। ସଂଘର ସଭାନେତ୍ରୀ ବନିତା ପାତ୍ର ଓ ସମ୍ପାଦିକା ସୁଲୋଚନା ରଥଙ୍କ ନେତୃତ୍ୱରେ ବହୁ ଅଙ୍ଗନୱାଡ଼ି କର୍ମୀ ସିଡିପିଓ ଯଶୋବନ୍ତି ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କୁ ଆବଶ୍ୟକ ଅଣ୍ଡା ମହିଳା ଏସ୍‌ଏଚ୍‌ଜି ପକ୍ଷରୁ ବିତରଣ ନିମନ୍ତେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ପହଞ୍ଚିବା ପରେ ଏପରି ପ୍ରତିକ୍ରିୟା ପ୍ରକାଶ ପାଇଛି। ଲକ୍‌ଡାଉନ ସମୟରେ ଅଣ୍ଡା ଯୋଗାଣ ଆଦୌ ପ୍ରଭାବିତ ହୋଇ ନ ଥିବା ବେଳେ କ୍ରୟ ଓ ବିତରଣ କ୍ଷମତା ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ କାଢିନେଇ ଏସ୍‌ଏଚ୍‌ଜିକୁ ପ୍ରଦାନ କରିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବ୍ଲକ ଅଙ୍ଗନୱାଡ଼ି କର୍ମୀ ସଂଘ ସଭାନେତ୍ରୀ ପି. ବିଜୟଲକ୍ଷ୍ମୀ କହିଛନ୍ତି।