ଏସ୍‌ଏଚ୍‌ଜି ଜମାରାଶି ଧରି ଚମ୍ପଟ

ଜଳେଶ୍ୱର, ୨୯।୧୨(ସ୍ବ.ପ୍ର.)-ସରକାର ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଋଣ ପ୍ରଦାନ କରି ସେମାନଙ୍କର ଆର୍ଥତ୍କ ମାନଦଣ୍ଡର ବିକାଶ ଲାଗି ଚେଷ୍ଟା କରୁଥିବା ବେଳେ କେତେକ ଅସାଧୁ ସଂସ୍ଥା ଏହାର ସୁଯୋଗ ନେଇ ଠକି ଚାଲିଛନ୍ତି । ଜଳେଶ୍ୱର ମ୍ୟୁନିସିସିପାଲଟିର ଷ୍ଟେସନବଜାର ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଂସ୍ଥାର କର୍ମଚାରୀ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଋଣ ଦେବା ବାହାନାରେ ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଥିବା ଜଣାଯାଇଛି।
ସାଟେନ୍‌ କେଡିଟ୍‌ କେୟାର ନେଟ୍‌ୱର୍କ ଲିମିଟେଡ୍‌ ନାମକ ଏକ ସଂସ୍ଥା ସୋର ଅଞ୍ଚଳରୁ ଆସି ଜଳେଶ୍ୱରର ଷ୍ଟେଟବ୍ୟାଙ୍କ ନିକଟ ଏକ କୋଠାରେ ତା ୨୪ା୧୧ା୧୭ରେ ଏକ ଶାଖା ଖୋଲି ତାର ବ୍ୟବସାୟ ଆରମ୍ଭ କରିଥିଲା । କିନ୍ତୁ ପରେ ଏହା ତା୧ା୧୨ା୧୯ରେ ଜଳେଶ୍ୱର ଷ୍ଟେଶନବଜାରସ୍ଥିତ ନିରଞ୍ଜନ ଦାସଙ୍କ ଘରକୁ ଅଫିସ୍‌ ସ୍ଥାନାନ୍ତର କରାଯାଇଥିଲା। ମାତ୍ର କମ୍ପାନୀର ଫିଲ୍ଡ ମ୍ୟାନେଜର ପ୍ରକାଶ ଚନ୍ଦ୍ର ଅଗସ୍ତି ବିଭିନ୍ନ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କଠାରୁ ପ୍ରାୟ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଥିବା ଅଭିଯୋଗ ହୋଇଛି ା ଏହାସହ ଗୋବରଘଟ୍ଟା ଅଞ୍ଚଳରେ ଥିବା ଲକ୍ଷ୍ମଣନାଥ ଟାଉନ୍‌ ମହିଳା ସ୍ବୟଂସହାୟକ ଗୋଷ୍ଠୀର ଛବିରାଣୀ ପାତ୍ର, ସବିତା ପାତ୍ର, ଅଞ୍ଜନା ନାୟକ, ସବିତା ନାୟକ, ମଲ୍ଲିକ ଦଳାଇ, ରବିତା ନାଥ ପ୍ରମୁଖ ୯ଜଣ ମହିଳାଙ୍କଠାରୁ ୧୬, ୨୪୦ଟଙ୍କା ନେଇଥିବା ସେମାନେ ଅଭିଯୋଗ କରିଛନ୍ତି ା ଦୁର୍ନୀତି ଓ ଅନିୟମିତତା ଦେଖି ତା୧୫ା୧୨ା୧୯ରିଖରୁ ଫିଲ୍ଡ ମ୍ୟାନେଜର ଅଗସ୍ତିଙ୍କୁ ନିଲମ୍ବନ କରାଯାଇଥିବା ସଂସ୍ଥାର ମ୍ୟାନେଜର ନରେଶ ଚନ୍ଦ୍ର ବେହେରା କହିଛନ୍ତି। ଅନ୍ୟପକ୍ଷରେ ତା୨୪ା୧୨ା୧୯ରିଖରେ ସେମାନଙ୍କଠାରୁ ଅର୍ଥ ନିଆଯାଇଥିବା ଅଭିଯୋଗକାରିଣୀମାନେ ଅଭିଯୋଗ କରିଛନ୍ତି। ଫିଲ୍ଡ ମ୍ୟାନେଜର ଅଗସ୍ତିଙ୍କୁ ସଂସ୍ଥା ପକ୍ଷରୁ ନିଲମ୍ବନ କରାଯାଇଥିବା କୁହାଯାଉଥିବା ବେଳେ ଏହାପରେ ମଧ୍ୟ ସେ ଗୋଷ୍ଠୀଗୁଡିକରୁ ଅର୍ଥ ଆଦାୟ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ କେତେକ ଜମାକାରୀ ଜଳେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri