ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କଲେ ଚାଷୀ

ଜୟପୁର,୨୨ା୮(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ବ୍ଲକ କଙ୍ଗା ଓ ଜାମୁଣ୍ଡା ପଞ୍ଚାୟତର ଚାଷୀଙ୍କ ଖରିଫ ଧାନ ଅମଳ ପରେ ମଣ୍ଡିରେ ଏହାକୁ ସ୍ବୟଂ ସହାୟକ ଗୋଷ୍ଠୀ କିଣିବେ। ଜିଲା ପ୍ରଶାସନ ନେଇଥିବା ଏଭଳି ନିଷ୍ପତ୍ତିକୁ ଏବେ ବିରୋଧ ଆରମ୍ଭ ହୋଇଛି। ଉଭୟ ପଞ୍ଚାୟତର କେତେକ ଚାଷୀ ଜିଲା ଯୋଗାଣ ଅଧିକାରୀ ତୁଳାରାମ ନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି।
ରାଜ୍ୟ ସରକାର ମହିଳା ସଶକ୍ତୀକରଣ ତଥା ମିଶନ ଶକ୍ତି ଦ୍ୱାରା ପ୍ରଶିକ୍ଷିତ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ଖରିଫ ଋତୁ ପାଇଁ ଧାନ କିଣିବାର ବ୍ୟବସ୍ଥା କରିଛନ୍ତି। ଜୟପୁର ଉପଖଣ୍ଡରେ ୧୩ଟି ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣିବେ। ଏଥିରୁ ବୈପାରୀଗୁଡ଼ା ବ୍ଲକରେ ନିଯୁକ୍ତ ଏସ୍‌ଏଚ୍‌ଜିର ନାମ କୌଣସି କାରଣରୁ କଟିଯାଇଥିବା ବେଳେ ବର୍ତ୍ତମାନ ୧୨ଟି ଏସ୍‌ଏଚ୍‌ଜି ରହିଛନ୍ତି। ଜୟପୁର, କୁନ୍ଦୁରା, ବୋରିଗୁମ୍ମା ଓ କୋଟପାଡ଼ ବ୍ଲକରେ ଏମାନେ ଧାନ କିଣିବେ। କିନ୍ତୁ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ କଙ୍ଗା ପଞ୍ଚାୟତରେ କାର୍ଯ୍ୟକ୍ଷମ ସ୍ବୟଂ ସହାୟକ ଗୋଷ୍ଠୀ ନାହିଁ ଓ ଯେଉଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଛି, ତାହାର ସଦସ୍ୟମାନେ ହିସାବ ଜାଣନ୍ତି ନାହିଁ। ତେଣୁ ପୂର୍ବପରି ଲ୍ୟାମ୍ପସ ଦ୍ୱାରା ଧାନକିଣା ପାଇଁ ମୋହନ ଗଣ୍ଡା, ରାମନାଥ ଗୌଡ଼, ଲକ୍ଷ୍ମୀନାଥ ରଣା, ଦୀନବନ୍ଧୁ ଗୌଡ଼, ଡମ୍ବରୁ ହରିଜନ, ଲଷ୍ମଣ ଭତ୍ରା, ଏ. ଦିବାକର, ବଳରାମ ରନ୍ଧାରୀ, ସରୋଜ ପଣ୍ଡା, ଲକ୍ଷ୍ମୀ ଅମନାତ୍ୟ ଦାବି ଜଣାଇଛନ୍ତି। ଚାଷୀଙ୍କ ନାମ ପଞ୍ଜିକରଣ ଏସ୍‌ଏଚ୍‌ଜି ଓ ଲ୍ୟାମ୍ପସ କରିବ। ୩୧ ତାରିଖ ପଞ୍ଜିକରଣର ଅନ୍ତିମ ଦିବସ ଥିବାବେଳେ ଏବେ ପଞ୍ଜିକରଣ କରାଯାଉ ନଥିବା ଅଭିଯୋଗ ହୋଇଥିଲା। ଶତାଧିକ ଚାଷୀଙ୍କ ଦସ୍ତଖତ ଥାଇ ଦାବିପତ୍ର ଜୟପୁର ଉପଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ଜୟପୁର ବିଧାୟକ, ଜୟପୁର ସମନ୍ବିତ ଶିଶୁ ବିକାଶ ଅଧିକାରୀଙ୍କୁ ଦିଆଯାଇଛି। ମିଶନ ଶକ୍ତିର ଏକ ଦଳ କଙ୍ଗା ଓ ଜାମୁଣ୍ଡା ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ସିଏସ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri