ଏସିଡିଟିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଖାଲି ପେଟରେ ପିଅନ୍ତୁ ଏହି ରସ

ହର୍ବାଲ୍‌ ଔଷଧ ମଧ୍ୟରେ ଅଁଳା ଅନ୍ୟତମ। ଏହାର ବ୍ୟବହାର ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ କରାଯାଇଆସୁଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଭଳି ତତ୍ତ୍ୱରେ ଭରପୂର୍‌ ଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। କେଶର ପ୍ରାକୃତିକ ଚମକ୍‌ ବଜାୟ ରଖିବାକୁ ଅଁଳା ବେଶ୍‌ ଫାଇଦା ଦେଇଥାଏ। ଏହାଛଡ଼ା କେଶ ଝଡ଼ା ଏବଂ କେଶ ପାଚିବା ସମସ୍ୟାରୁ ବି ରକ୍ଷା କରିଥାଏ। ଅଁଳା ଆଖି ପାଇଁ ବରଦାନ। ଏଥିରେ ମହଜୁଦ୍‌ ତତ୍ତ୍ୱ ଆଖିର ରଶ୍ମିକୁ ବର୍ଷ ବର୍ଷ ପର୍ଯ୍ୟନ୍ତ ସତେଜ ରଖିଥାଏ। ସକାଳୁ ଖାଲି ପେଟରେ ଅଁଳା ରସ ପିଇଲେ ଦୃଷ୍ଟିଶକ୍ତି ଶୀଘ୍ର ହ୍ରାସ ପାଇ ନ ଥାଏ। ପ୍ରତିଦିନ ଏକ ଚାମଚ ଅଁଳା ଗୁଣ୍ଡରେ ମହୁ ମିଶାଇ ଖାଇଲେ ମୋତିଆବିନ୍ଦୁ ସମସ୍ୟାରୁ ରକ୍ଷା ମିଳେ। ଯଦି ଆପଣ ମଧୁମେହରେ ପୀଡ଼ିତ, ତେବେ ଅଁଳା ଆପଣଙ୍କ ପାଇଁ ବେଶ୍‌ ଭଲ କାମ କରିବ। ଏସିଡିଟିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଖାଲି ପେଟରେ ଅଁଳା ରସ ଦୈନନ୍ଦିନ ପିଅନ୍ତୁ। ରକ୍ତରେ ହିମୋଗ୍ଲୋବିନ୍‌ କମ୍‌ ହୋଇଥିଲେ, ପ୍ରତିଦିନ ଅଁଳା ରସର ସେବନ କରିବା ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।