Categories: ବାଣିଜ୍ୟ

ଏସିଆ ପାସିଫିକ୍‌ ଗଲ୍ଫ ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନୀତ ହେଲେ ପଓ୍ବନ ମୁଞ୍ଜଲ

ନୂଆଦିଲ୍ଲୀ,୧୦-୧୧: ଏସିଆ ପାସିଫିକ୍‌ ଗଲ୍ଫ ହଲ୍‌ ଅଫ୍‌ ଫେମ୍‌ରେ ହିରୋମୋଟୋକର୍ପ ଅଧ୍ୟକ୍ଷ ପଓ୍ବନ କୁମାର ମୁଞ୍ଜଲଙ୍କୁ ଔପଚାରିକ ଭାବେ ସ୍ଥାନୀତ କରାଯାଇଛି। ଗଲ୍ଫ କ୍ରୀଡାର ବିକାଶ ଏବଂ ପ୍ରତିବଦ୍ଧତା ଲାଗି ବିଶ୍ୱ ସ୍ତରରେ ମୁଞ୍ଜଲ ବେଶ ପରିଚିତ। ଗୁରୁଗ୍ରାମଠାରେ ଡିଏଲ୍‌ଏଫ୍‌ ଗଲ୍ଫ ଏବଂ କଣ୍ଟ୍ରି କ୍ଲବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଞ୍ଜଲଙ୍କୁ ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଦାନ କରାଯାଇଛି। ହିରୋ ମୋଟୋକର୍ପ ଅନ୍ତରାଷ୍ଟ୍ରୀୟ ଗଲପିଙ୍ଗ ଟୁର-ପିଜିଏ ଟୁର, ୟୁରୋପିଆନ ଟୁର ଏବଂ ଏସିଆନ ଟୁରରେ ପ୍ରମୁଖ ଭାଗିଦାରୀ ରହିଆସିଛି। ପଓ୍ବନ ମୁଞ୍ଜଲଙ୍କ ନେତୃତ୍ୱରେ ଏହି ଦିଗରେ କମ୍ପାନୀ ନିଜର ଯୋଗଦାନ ରଖି ଆସିଛି। ଏଭଳି ଏକ ସମ୍ମାନରେ ଆଭୂଷିତ ହେବା ବାସ୍ତବରେ ଏକ ଗୌରବ ବୋଲି ଡା.ପଓ୍ବନ ମୁଞ୍ଜଲ କହିଛନ୍ତି। ଗତ ଦୁଇ ଦଶନ୍ଧି ଧରି ଗଲ୍ଫ କ୍ରୀଡା ସହ ଯୋଡା ହେବା ସହ ବିଶ୍ୱର ବିଭିନ୍ନ ଅଞ୍ଚଳକୁ ଏହାର ସମ୍ପ୍ରସାରଣ ଦିଗରେ କାର୍ଯ୍ୟକ୍ରମ ଜାରି ରଖିଥିବା ସେ ସୂଚନା ଦେଇଛନ୍ତି।

Share