ଏସିଆର ବିତ୍ତଶାଳୀ ଶିଳ୍ପପତି ପାଲଟିଲେ ମୁକେଶ ଅମ୍ବାନୀ: ପଛରେ ପଡ଼ିଲେ ଆଲିବାବା ସଂସ୍ଥାପକ ଜ୍ୟାକ୍‌ ମା

ନୂଆଦିଲ୍ଲୀ/ବେଜିଂ,୨୩।୪: ଫେସ୍‌ବୁକ୍‌ ସହିତ ରିଲାଏନ୍ସ୍‌ ଜିଓର ଚୁକ୍ତିପରେ ମୁକେଶ ଅମ୍ବାନୀ ଏସିଆର ବିତ୍ତଶାଳୀ ଶିଳ୍ପପତି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଏହାପୂର୍ବରୁ ଏହି ସ୍ଥାନରେ ଚାଇନାର ଆଲିବାବା ସଂସ୍ଥାପକ ଶିଳ୍ପପତି ଜ୍ୟାକ୍‌ ମା ଥିଲେ। ଫେସବୁକ୍‌ ସହିତ ଚୁକ୍ତି ପରେ ମୁକେଶଙ୍କ ସମ୍ପତ୍ତି ୪୭୦ କୋଟି ଡଲାର ବୃଦ୍ଧି ହୋଇ ୪୯୨୦ କୋଟିରେ ପହଞ୍ଚିଛି। ଏହା ସହିତ ମୁକେଶଙ୍କ ସମ୍ପତ୍ତି ଜ୍ୟାକ୍‌୍‌ ମାଙ୍କଠାରୁ ୩୨୦ କୋଟି ଡଲାର ଅଧିକ ହୋଇଥିବା କୁହାଯାଉଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଏପ୍ରିଲ୍‌ ୨୧ ସୁଦ୍ଧା ମୁକେଶଙ୍କ ସମ୍ପତ୍ତିରେ ୧୪ ଶହ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ସେହିପରି ଜ୍ୟାକ୍‌ଙ୍କ ସମ୍ପତ୍ତି ମଧ୍ୟ ଏହି ସମୟରେ ଶହେ କୋଟି ଡଲାର କମିଥିବା କୁହାଯାଉଛି।

Share