ଏସବୁ ରୋଗ ଭଲ କରେ ଅମୃତଭଣ୍ଡା: ଜାଣିଲେ….

ଆମ ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଅନେକାଂଶରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଶ୍ୱାସକ୍ରିୟାଜନିତ ସମସ୍ୟାରୁ କେତେକାଂଶରେ ଉପଶମ ଦେଇଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ନିୟମିତ ଭିଟାମିନ୍‌ ‘ସି’ଯୁକ୍ତ ଖାଦ୍ୟ ଖାଇବାକୁ ୟୁନିଭର୍ସିଟି ଅଫ୍‌ ଲଣ୍ଡନର ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଏହାସହ ନିୟମିତ ସମୟ ବ୍ୟବଧାନରେ ଏହାଦ୍ୱାରା ସେମାନେ ଏଭଳି ସମସ୍ୟାରୁ କେତେ ଉପଶମ ଲାଭ କରୁଛନ୍ତି ତାହାକୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ଏହାଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତି ଶ୍ୱାସକ୍ରିୟାଜନିତ ସମସ୍ୟାରୁ କେତେକାଂଶରେ ଉପଶମ ଲାଭ କରୁଥିବାର ଜଣାପଡିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଦୀର୍ଘକାଳୀନ ରୋଗ (କ୍ରୋନିକ୍‌ ଡିଜିଜ୍‌) ପାଇଁ ଏହା ଆଣ୍ଟି ଅକ୍ସିଡ଼ାଣ୍ଟ ଭଳି କାମ କରିଥାଏ। ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ଉପକାରୀ ସାବ୍ୟସ୍ତ ହୋଇଥାଏ। ହୃତ୍‌ପିଣ୍ଡକୁ ମଧ୍ୟ ଏହା ସୁସ୍ଥ ରଖିବାରେ ସାହାଯ୍ୟ କରେ। ରକ୍ତରେ ୟୁରିକ୍‌ ଏସିଡର ସ୍ତରକୁ ମଧ୍ୟ ଏହା ସନ୍ତୁଳିତ ରଖେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଅମୃତଭଣ୍ଡା, ପିଜୁଳି, ବ୍ରକୋଲି, ଲିଚି, ଷ୍ଟ୍ରବେରୀ, କମଳା ଆଦିରେ ଭିଟାମିନ୍‌-ସି ଭରି ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣାର ଦୁର୍ନୀତି, ଜିଲାପାଳଙ୍କ କାର୍ଯ୍ଯାଳୟରେ ଧସେଇ ପଶିଲା ନବନିର୍ମାଣ କୃଷକ ସଂଗଠନ

ଖୋର୍ଦ୍ଧା,୨୩।୨: (ପ୍ରଭାତ ପାଣିଗ୍ରାହୀ) ଖୋର୍ଦ୍ଧା ଜିଲାରେ ଚାଲିଥିବା ଧାନକିଣାରେ ଚରମ ଅବ୍ୟବସ୍ଥା ନେଇ ପ୍ରତିବାଦ କରିଛି ନବନିର୍ମାଣ କୃଷକ ସଂଗଠନ । ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଛନ୍ତି…

କମବ୍ୟାକ କରିବେ Sanju Samson?ଅଭିଷେକ-ତିଲକ ଫ୍ଲପ ହେବା ପରେ କୋଚ ଦେଲେ…

ନୂଆଦିଲ୍ଲୀ,୨୩।୨: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନର ଲଜ୍ଜିତ ପରାଜୟ ଟିମ ଇଣ୍ଡିଆର ଟେନସନକୁ ବୃଦ୍ଧି କରିଛି। ଏହି ପରାଜୟ ସହିତ…

ଫାଇନାଲରେ କେଉଁ ଟିମ ସହ ଖେଳିବ ଭାରତ? ରାହୁଲ ଦ୍ରାଭିଡ଼ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୩।୨: ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିବା ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଏକ ସାହସିକ ଭବିଷ୍ୟବାଣୀ…

ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୩ା୨: ସୋମବାର ଗୃହରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପ୍ରତି ଖାଦ୍ୟର ମାନକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତାରା କହିଛନ୍ତି, ରାଜ୍ୟରେ ସବୁଠି…

ଗୁରୁତର ଅଭିଯୋଗ, ୟୁନୁସଙ୍କ ପୋଲ୍‌ ଖୋଲିଲେ ବାଂଲାଦେଶ ରାଷ୍ଟ୍ରପତି, କହିଲେ…

ଢାକା,୨୩।୨: ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ଏକ ଆଶ୍ଚର୍ଯ୍ୟଜନକ କଥା ହୋଇଛି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଏପରି ବୟାନ ଦେଇଛନ୍ତି ଯାହା ରାଜନୈତିକ ଝଡ଼ ସୃଷ୍ଟି କରିପାରେ।…

ଭୁବନେଶ୍ୱର କୋର୍ଟ ସାମ୍ମାରେ ଦୁର୍ଘଟଣା, ମହିଳାଙ୍କ ମୁଣ୍ଡ ଉପରେ ଚଢିଗଲା ଇନୋଭା

ଭୁବନେଶ୍ବର,୨୩।୨: ରାଜଧାନୀ ଭୁବନେଶ୍ବରରେ ସଡ଼କ ଦୁର୍ଘଟଣା । ମହିଳାଙ୍କୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢି଼ଗଲା କାର୍ । ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଏହି ଦୁର୍ଘଟଣା ହୋଇଛି…

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା, ସରକାରୀ ଦଳ ଇଚ୍ଛା ପ୍ରକାଶ….

ଭୁବନେଶ୍ବର,୨୩।୨: ଚାଷୀ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ ହୋଇଛି । ବିଧାନସଭା ଠିକ ଭାବେ ଚାଲିପାରୁ ନାହିଁ । ଗୃହ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। …

କେତେ ଧନୀ ଥିଲେ ବିଶ୍ୱର ଡ୍ରଗ୍ସ ଲର୍ଡ ଏଲ ମେଞ୍ଚୋ? ପତ୍ନୀ, ତିନୋଟି ସନ୍ତାନଙ୍କୁ ନେଇ ଥିଲା ସୁନ୍ଦର ସଂସାର, ଏବେ କିଏ ହେବେ ଉତ୍ତରାଧିକାରୀ? ଜାଣନ୍ତୁ…

ମେକ୍ସିକୋ ସିଟି,୨୩।୨: ମେକ୍ସିକୋର ସବୁଠାରୁ ବିପଜ୍ଜନକ ଡ୍ରଗ୍ସ ମାଫିଆ, ନେମେସିଓ ରୁବେନ ଓସେଗୁଏରା ସର୍ଭାଣ୍ଟେସ, ଯାହାଙ୍କୁ ‘ଏଲ ମେଞ୍ଚୋ’ ନାମରେ ମଧ୍ୟ ଜଣାଶୁଣା, ତାଙ୍କ ସମ୍ପତ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri