ଏସବୁ ରୋଗରୁ ମୁକ୍ତି ଲାଗି ଖାଦ୍ୟରେ ସାମିଲ କରନ୍ତୁ ମାଛ

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ପ୍ରତିଦିନ ଖାଦ୍ୟରେ ମାଛ ସାମିଲ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଅନେକ ପୌଷ୍ଟିକ ତତ୍ତ୍ୱ ଭରି ରହିଛି। ମାଛରେ ପ୍ରୋଟିନ୍‌ ଏବଂ ଓମେଗା ୩ ଫ୍ୟାଟି ଏସିଡ୍‌ ରହିଛି, ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।

– ମାଛ ଖାଉଥିବା ଲୋକଙ୍କୁ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ରହିଥାଏ।

– ଡାଇବେଟିସ୍‌ ରୋଗୀଙ୍କ ପାଇଁ ମାଛ ସବୁଠୁ ଭଲ।

– ଏହା ମାଂସପେଶୀକୁ ସୁଦୃଢ଼ କରିଥାଏ।

– ମାଛ ଖାଇଲେ ମାନସିକ ବିକାଶ ହୋଇଥାଏ।

– ଦୃଷ୍ଟିଶକ୍ତି ଭଲ ରହେ।

– ନିଦ୍ରାହୀନତା ରୋଗ ଦୂର ହୁଏ। ମାଛରେ ଥିବା ଭିଟାମିନ୍‌ ‘ଡି’ ଉତ୍ତମ ନିଦ୍ରା ପାଇଁ ବେଶ୍‌ ଲାଭଦାୟକ।
– ମାଛ ଖାଇଲେ ଚର୍ମରେ ଉଜ୍ଜ୍ୱଳତା ଆସେ।