Categories: ଜାତୀୟ

ଏସବୁ ଉପାୟ ଦ୍ୱାରା ଘରୁ ଦୂରେଇ ରୁହନ୍ତିି ଝିଟିପିଟି…

କେତେକଙ୍କ ଘରେ ଝିଟିପିଟି ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଝିଟିପିଟିଙ୍କୁ ଘରୁ ଦୂରେଇ ରଖିବା ପାଇଁ ଗନ୍ଧ କପୂର ଗୋଲିର ବ୍ୟବହାର କଲେ ସୁଫଳ ମିଳିଥାଏ। ଏହାର ଗନ୍ଧରେ ଝିଟିପିଟି ଘରୁ ପଳାଇଥାନ୍ତି। ସେହିପରି ପିଆଜ, ରସୁଣ ଏବଂ ଗୋଲମରିଚ ବାଟି ଏହାର ପାଣି ଝିଟିପିଟି ହେଉଥିବା ସ୍ଥାନରେ ସ୍ପ୍ରେ କଲେ ଭଲ ଫଳ ମିଳିଥାଏ। ଏହାର ବାସ୍ନା ଝିଟିପିଟି ସହ୍ୟ କରିପାରି ନ ଥାନ୍ତି। ସେହିପରି ଘରେ ବୁଢ଼ିଆଣି ବସା ଭାଙ୍ଗିବା ସହିତ ଅସରପା ମୁକ୍ତ ରଖିଲେ ଝିଟିପିଟି ହୋଇ ନ ଥାନ୍ତି। ଝିଟିପିଟି ଏସବୁକୁ ଖାଇବାକୁ ଭଲ ପାଇଥାନ୍ତି। ତେଣୁ ଏସବୁ ଥିବା ଘରେ ସେମାନେ ବାସ କରନ୍ତି। ସେହିପରି ଘରେ ମୟୂର ପର ରଖିଲେ ମଧ୍ୟ ଝିଟିପିଟି ଆସି ନ ଥାନ୍ତି।

Share