Posted inଜାତୀୟ

ଏଯାଏ ମିଳିନି ପୁଲଓ୍ବାମା ଉତ୍ତର: ଏନ୍‌ଆଇଏ ହାତ ଖାଲି

ନୂଆଦିଲ୍ଲୀ,୧୫ା୨: ଠିକ୍‌ ବର୍ଷକ ତଳେ ଅର୍ଥାତ୍‌ ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କଶ୍ମୀରସ୍ଥିତ ପୁଲଓ୍ବାମା ଜିଲା ଲେଥ୍‌ପୋରାରେ ଘଟିଥିଲ ଆମତ୍ଘାତୀ ବିସ୍ଫୋରଣ। କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଯବାନଙ୍କୁ ନେଇ ଯାଉଥିବା ବସ୍‌ଗୁଡ଼ିକୁ ଟାର୍ଗେଟ କରି ଏହା ଘଟାଯାଇଥିଲା। ଅପରାହ୍ନ ୩ଟା ୪୫ରେ ଆଦିଲ ଅହମଦ ଦର ନାମକ ଜଣେ ସ୍ବଳ୍ପବୟସ୍କ ଏକ କାର୍‌ରେ ବିପୁଳ ପରିମାଣର ବିସ୍ଫୋରକ ନେଇ ସିଆର୍‌ପିଏଫ୍‌ ବସ୍‌କୁ ଦୃତଗତିରେ ଧକ୍କା ଦେଇଥିଲେ। ଚାହୁଁ ଚାହୁଁ ସବୁକିଛି ବସ୍‌ ଛିନ୍‌ଛତ୍ର ହୋଇଯାଇଥିଲା। ଏଠିସେଠି ବିଛାଡ଼ି ହୋଇ ପଡ଼ିଥିଲା ୪୦ରୁ ଊର୍ଦ୍ଧ୍ୱ ଯବାନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ରକ୍ତରଞ୍ଜିତ ହୋଇଯାଇଥିଲା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ। ଆମତ୍ଘାତୀ ବିସ୍ଫୋରଣ ଘଟାଇଥିବା କାକ୍‌ପୋରା ନିବାସୀ ୨୨ ବର୍ଷୀୟ ଆଦିଲ ମଧ୍ୟ ଏଥିରେ ନିହତ ହୋଇଥିଲେ। ଏହାର କିଛି ସମୟ ପରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ (ଜେଇଏମ୍‌) ଏକ ଭିଡିଓ ଜାରି କରି ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିଲା। ହେଲେ ଭାରତ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଥିବାବେଳେ ଇସ୍‌ଲାମାବାଦ ନିଜ ସମ୍ପୃକ୍ତିକୁ ଖଣ୍ଡନ କରିଥିଲା। ଏହାର ଦୁଇଦିନ ପରେ ଭାରତ ପକ୍ଷରୁ ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କବାଦୀ ତାଲିମ କେନ୍ଦ୍ରରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ଏହି ଆକ୍ରମଣକୁ ଶୁକ୍ରବାର ୩୬୫ ଦିନ ପୂରିଛି। ହେଲେ ମାମଲାର ତଦନ୍ତ ଭାର ନେଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏନେଇ କୌଣସି ନିଷ୍କର୍ଷରେ ପହଞ୍ଚତ୍ପାରି ନାହିଁ। ଏଥିରେ ସମ୍ପୃକ୍ତ ଥିବା ୫ ସନ୍ଦିଗ୍ଧ ସମୟକ୍ରମେ ଭିନ୍ନ ଭିନ୍ନ ଏନ୍‌କାଉଣ୍ଟରରେ ନିହତ ହୋଇଥିବାରୁ ଆତଙ୍କବାଦ ନିରୋଧୀ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ ମଧ୍ୟ ଦାଖଲ କରିପାରିନାହିଁ। ଏନ୍‌ଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା ଆମ ପାଇଁ ଏକ ଅନ୍ଧ ମାମଲା। ଅନେକ କଥା ଉଠୁଛି। କିନ୍ତୁ କୋର୍ଟରେ ପ୍ରମାଣ କରିବା ପାଇଁ ଆମ ପାଖରେ କୌଣସି ତଥ୍ୟ ନାହିଁ। ଆକ୍ରମଣର ଷଡ଼ଯନ୍ତ୍ରକାରୀ ବା ମାଷ୍ଟରମାଇଣ୍ଡ କିଏ ତାହା ସ୍ପଷ୍ଟ କରିବା ନେଇ ମଧ୍ୟ ଆମ ହାତ ଖାଲି ଅଛି ବୋଲି ଅଧିକାରୀ ଜଣକ ସ୍ବୀକାର କରିଛନ୍ତି।
ଆଦିଲ ଅହମ୍ମଦ ଦର ବ୍ୟବହାର କରିଥିବା କାର୍‌ରେ ଆମୋନିୟମ୍‌ ନାଇଟ୍ରେଟ୍‌, ନାଇଟ୍ରୋ ଗ୍ଲିସେରିନ୍‌ ଏବଂ ଆର୍‌ଡିଏକ୍ସ ଭଳି ବିଧ୍ୱଂସକ ବିସ୍ଫୋରକ ରହିଥିଲା। ଏଭଳି ବିସ୍ଫୋରକ କେବଳ ସେନାରେ ବ୍ୟବହାର ହେଉଥିବାରୁ ଆତଙ୍କବାଦୀଙ୍କ ହାତରେ ତାହା କିପରି ପଡ଼ିଲା ସ୍ପଷ୍ଟ ହୋଇନାହିଁ। ସେହିପରି ସେହି କାର୍‌ର ପ୍ରକୃତ ମାଲିକ କିଏ ତାହା ପ୍ରମାଣିତ କରିବା ହେଉଛି ଏନ୍‌ଆଇଏ ଆଗରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ। କାର୍‌ର ଶେଷ ମାଲିକ ବିଜ୍‌ବେହରା ନିବାସୀ ସଜ୍ଜାଦ ଭଟ ବୋଲି ସେତେବେଳେ ସାମ୍ନାକୁ ଆସିଥିଲା। ସଜ୍ଜାଦ ଏହି ଆକ୍ରମଣ ପରେ ଉଭାନ ହୋଇଯାଇଥିଲେ। ଗତବର୍ଷ ଜୁନରେ ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ସେ ନିହତ ହୋଇଥିଲେ। ସେହିପରି ମୁଦାସିର ଅହମଦ, କାରି ମୁଫ୍‌ତି ୟାସେର ଏବଂ କାମରାନ୍‌ଙ୍କ ନାମ ଷଡ଼ଯନ୍ତ୍ରକାରୀ ବୋଲି ସାମ୍ନାକୁ ଆସିଥିଲା। ଏହି ୩ ଜଣ ମଧ୍ୟ ଭିନ୍ନ ଭିନ୍ନ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri