Posted inଜାତୀୟ

ଏଯାଏ ମିଳିନି ପୁଲଓ୍ବାମା ଉତ୍ତର: ଏନ୍‌ଆଇଏ ହାତ ଖାଲି

ନୂଆଦିଲ୍ଲୀ,୧୫ା୨: ଠିକ୍‌ ବର୍ଷକ ତଳେ ଅର୍ଥାତ୍‌ ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କଶ୍ମୀରସ୍ଥିତ ପୁଲଓ୍ବାମା ଜିଲା ଲେଥ୍‌ପୋରାରେ ଘଟିଥିଲ ଆମତ୍ଘାତୀ ବିସ୍ଫୋରଣ। କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଯବାନଙ୍କୁ ନେଇ ଯାଉଥିବା ବସ୍‌ଗୁଡ଼ିକୁ ଟାର୍ଗେଟ କରି ଏହା ଘଟାଯାଇଥିଲା। ଅପରାହ୍ନ ୩ଟା ୪୫ରେ ଆଦିଲ ଅହମଦ ଦର ନାମକ ଜଣେ ସ୍ବଳ୍ପବୟସ୍କ ଏକ କାର୍‌ରେ ବିପୁଳ ପରିମାଣର ବିସ୍ଫୋରକ ନେଇ ସିଆର୍‌ପିଏଫ୍‌ ବସ୍‌କୁ ଦୃତଗତିରେ ଧକ୍କା ଦେଇଥିଲେ। ଚାହୁଁ ଚାହୁଁ ସବୁକିଛି ବସ୍‌ ଛିନ୍‌ଛତ୍ର ହୋଇଯାଇଥିଲା। ଏଠିସେଠି ବିଛାଡ଼ି ହୋଇ ପଡ଼ିଥିଲା ୪୦ରୁ ଊର୍ଦ୍ଧ୍ୱ ଯବାନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ରକ୍ତରଞ୍ଜିତ ହୋଇଯାଇଥିଲା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ। ଆମତ୍ଘାତୀ ବିସ୍ଫୋରଣ ଘଟାଇଥିବା କାକ୍‌ପୋରା ନିବାସୀ ୨୨ ବର୍ଷୀୟ ଆଦିଲ ମଧ୍ୟ ଏଥିରେ ନିହତ ହୋଇଥିଲେ। ଏହାର କିଛି ସମୟ ପରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ (ଜେଇଏମ୍‌) ଏକ ଭିଡିଓ ଜାରି କରି ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିଲା। ହେଲେ ଭାରତ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଥିବାବେଳେ ଇସ୍‌ଲାମାବାଦ ନିଜ ସମ୍ପୃକ୍ତିକୁ ଖଣ୍ଡନ କରିଥିଲା। ଏହାର ଦୁଇଦିନ ପରେ ଭାରତ ପକ୍ଷରୁ ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କବାଦୀ ତାଲିମ କେନ୍ଦ୍ରରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ଏହି ଆକ୍ରମଣକୁ ଶୁକ୍ରବାର ୩୬୫ ଦିନ ପୂରିଛି। ହେଲେ ମାମଲାର ତଦନ୍ତ ଭାର ନେଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏନେଇ କୌଣସି ନିଷ୍କର୍ଷରେ ପହଞ୍ଚତ୍ପାରି ନାହିଁ। ଏଥିରେ ସମ୍ପୃକ୍ତ ଥିବା ୫ ସନ୍ଦିଗ୍ଧ ସମୟକ୍ରମେ ଭିନ୍ନ ଭିନ୍ନ ଏନ୍‌କାଉଣ୍ଟରରେ ନିହତ ହୋଇଥିବାରୁ ଆତଙ୍କବାଦ ନିରୋଧୀ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ ମଧ୍ୟ ଦାଖଲ କରିପାରିନାହିଁ। ଏନ୍‌ଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା ଆମ ପାଇଁ ଏକ ଅନ୍ଧ ମାମଲା। ଅନେକ କଥା ଉଠୁଛି। କିନ୍ତୁ କୋର୍ଟରେ ପ୍ରମାଣ କରିବା ପାଇଁ ଆମ ପାଖରେ କୌଣସି ତଥ୍ୟ ନାହିଁ। ଆକ୍ରମଣର ଷଡ଼ଯନ୍ତ୍ରକାରୀ ବା ମାଷ୍ଟରମାଇଣ୍ଡ କିଏ ତାହା ସ୍ପଷ୍ଟ କରିବା ନେଇ ମଧ୍ୟ ଆମ ହାତ ଖାଲି ଅଛି ବୋଲି ଅଧିକାରୀ ଜଣକ ସ୍ବୀକାର କରିଛନ୍ତି।
ଆଦିଲ ଅହମ୍ମଦ ଦର ବ୍ୟବହାର କରିଥିବା କାର୍‌ରେ ଆମୋନିୟମ୍‌ ନାଇଟ୍ରେଟ୍‌, ନାଇଟ୍ରୋ ଗ୍ଲିସେରିନ୍‌ ଏବଂ ଆର୍‌ଡିଏକ୍ସ ଭଳି ବିଧ୍ୱଂସକ ବିସ୍ଫୋରକ ରହିଥିଲା। ଏଭଳି ବିସ୍ଫୋରକ କେବଳ ସେନାରେ ବ୍ୟବହାର ହେଉଥିବାରୁ ଆତଙ୍କବାଦୀଙ୍କ ହାତରେ ତାହା କିପରି ପଡ଼ିଲା ସ୍ପଷ୍ଟ ହୋଇନାହିଁ। ସେହିପରି ସେହି କାର୍‌ର ପ୍ରକୃତ ମାଲିକ କିଏ ତାହା ପ୍ରମାଣିତ କରିବା ହେଉଛି ଏନ୍‌ଆଇଏ ଆଗରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ। କାର୍‌ର ଶେଷ ମାଲିକ ବିଜ୍‌ବେହରା ନିବାସୀ ସଜ୍ଜାଦ ଭଟ ବୋଲି ସେତେବେଳେ ସାମ୍ନାକୁ ଆସିଥିଲା। ସଜ୍ଜାଦ ଏହି ଆକ୍ରମଣ ପରେ ଉଭାନ ହୋଇଯାଇଥିଲେ। ଗତବର୍ଷ ଜୁନରେ ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ସେ ନିହତ ହୋଇଥିଲେ। ସେହିପରି ମୁଦାସିର ଅହମଦ, କାରି ମୁଫ୍‌ତି ୟାସେର ଏବଂ କାମରାନ୍‌ଙ୍କ ନାମ ଷଡ଼ଯନ୍ତ୍ରକାରୀ ବୋଲି ସାମ୍ନାକୁ ଆସିଥିଲା। ଏହି ୩ ଜଣ ମଧ୍ୟ ଭିନ୍ନ ଭିନ୍ନ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସଜନା ଶାଗ

ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହେଉଛି ଶଜନା ଶାଗ। ଏଥିରେ କାଲ୍‌ସିୟମ୍‌, ଆଇରନ୍‌ ସମେତ ଭିଟାମିନ୍‌-ଏ, ସି ଏବଂ ଇ ଭରି ରହିଛି। ବିଶେଷଭାବରେ ବ୍ଲଡ୍‌ପ୍ରେସର ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri