ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ସୂଚନା: ୫ ବର୍ଷରେ ହେବ ୩ଶହ ମିଲିୟନ ଟନ୍‌ ଉତ୍ପାଦନ

ତାଳଚେର,୧୬ା୬(ନି.ପ୍ର.)- ଆଗାମୀ ୫ ବର୍ଷରେ ଏମ୍‌ସିଏଲ୍‌ ୩ଶହ ମିଲିୟନ ଟନ୍‌ କୋଇଲା ଉତ୍ପାଦନ କରିବ ବୋଲି ସିଏମ୍‌ଡି ଭୋଳାନାଥ ଶୁକ୍ଳା ପ୍ରକାଶ କରିଛନ୍ତି। ଡେରା ସିଏମ୍‌ଡି ବଙ୍ଗଳା ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସିଏମ୍‌ଡି କହିଥିଲେ ଯେ, ଏହି ସମୟ ମଧ୍ୟରେ କେବଳ ତାଳଚେର କୋଲ୍‌ ଫିଲଡ୍‌ସରୁ ୨ଶହ ମିଲିୟନ ଟନ କୋଇଲା ଉତ୍ତୋଳନ କରାଯିବ। ଏଥିପାଇଁ ୨ଶହ ଗ୍ରାମ ବିସ୍ଥାପିତ ହେବ। ୨୦୩୦ରେ ତାଳଚେରରୁ ୩ଶହ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ ହେବ। ଏହା ସହିତ ପ୍ରାଇଭେଟ କମ୍ପାନୀ ଦ୍ୱାରା ଆଉ ୩ଶହ ମିଲିୟନ ଟନ୍‌ ଉତ୍ପାଦନର ଯୋଜନା ରହିଛି। ଏହି କୋଇଲା ପରିବହନ ନିମନ୍ତେ ତାଳଚେରରୁ-ରାଜ ଆଠଗଡ ପର୍ଯ୍ୟନ୍ତ ଆଉ ଦୁଇଟି (୩ ଓ ୪ ନମ୍ବର) ରେଳପଥ ନିର୍ମାଣ କରାଯିବ। ରେଲ୍‌ୱେ, ୱାସରୀ, ସାଇଲୋ, ଏଚ୍‌ଇଏମ୍‌ର ଉନ୍ନତୀକରଣ କରାଯିବ।
ଏମ୍‌ସିଏଲ୍‌ର ନୂତନ ଯୋଜନା ସମ୍ପର୍କରେ ସିଏମ୍‌ଡି କହିଥିଲେ, ଆଗାମୀ ୧୦ ବର୍ଷ ଭିତରେ ଏମ୍‌ସିଏଲ୍‌ର କୌଣସି ସମସ୍ୟା ରହିବ ନାହିଁ। ତାଳଚେର ଓ ଏମ୍‌ସିଏଲ୍‌ର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ସୁରକ୍ଷିତ। ସବୁ କ୍ଷେତ୍ରରେ ସ୍ବଚ୍ଛତାକୁ ପ୍ରାଥମିକତା ଦିଆଯିବ। କୋଇଲା ଉତ୍ତୋଳନ ବୃଦ୍ଧି ଦ୍ୱାରା ଡିଏମ୍‌ଏଫ୍‌ ଫଣ୍ଡକୁ ଅଧିକ ଟଙ୍କା ମିଳିବ। ଏହାଦ୍ୱାରା ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ। ତାଳଚେରର ଉନ୍ନତି ପାଇଁ ଏକ ମାଷ୍ଟରପ୍ଲାନ ସହ ବିଭିନ୍ନ ଉନ୍ନତିମୂଳକ କାମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମେଡିକାଲ କଲେଜ ନିର୍ମାଣ କାମ ବାକି ରହିଛି। ଏ ଦିଗରେ ଅନୁଧ୍ୟାନ କରାଯାଇ ଠିକ୍‌ ପଦକ୍ଷେପ ନିଆଯିବ। ଲୋକଙ୍କ ସହ ପ୍ରଶାସନର ସହଯୋଗ ଓ ଏମ୍‌ସିଏଲ୍‌ ଟିମ୍‌ ଠିକ୍‌ କାମ କଲେ ଚଳିତ ବର୍ଷ ଲକ୍ଷ୍ୟଧାର୍ଯ୍ୟରେ କୌଣସି ଅସୁବିଧା ରହିବ ନାହିଁ। ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାଇରେକ୍ଟର ଫାଇନାନ୍ସ କେ.ଆର. ବାସୁଦେବନ, ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍‌.ଜି. ବ୍ରହ୍ମପୁରକରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଶନିବାର ସନ୍ଧ୍ୟାରେ ସିଏମ୍‌ଡି ଏଠାରେ ପହଞ୍ଚିଥିଲେ। ରବିବାର ବିଭିନ୍ନ କୋଇଲା ଖଣି ପରିଦର୍ଶନ କରିବା ସହ ଉଚ୍ଚପଦାଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସୋମବାର ହିଙ୍ଗୁଳା ମନ୍ଦିର ଦର୍ଶନ ପରେ ଅନ୍ୟ କେତେକ ଖଣି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri