ଏମ୍‌ସିଏଲ୍‌ ପକ୍ଷରୁ ବିଶୋଧନ

ଲଖନପୁର,୧୧।୪(ଡି.ଏନ୍‌.ଏ): ଏମ୍‌ସିଏଲ୍‌ ତରଫରୁ କୁଶ୍ରାଲୋଇ, ଉବୁଡା, କର୍ଲାଯୋରୀ, ଖଲିଆପାଲି, ସୋଲଦିଆ, ଲଖନପୁର ସଦର ମହକୁମା, କିରାରମା, କୁଡାଲୋଇ, ଯୁରାବଗା, ଖଇରକୁନୀ ଓ ବନ୍ଧବାହାଲ ଆଦି ଗ୍ରାମରେ ବିଶୋଧନ କରାଯାଉଛି । ଏହା ସହିତ କମ୍ପାନୀ ତରଫରୁ ଏହିସବୁ ଗ୍ରାମବାସୀଙ୍କୁ ହ୍ୟାଣ୍ଡ୍‌ ସାନିଟାଇଜର୍‌ ଓ ମାସ୍କ ବଣ୍ଟନ କରାଯାଇ କରୋନା ନିୟନ୍ତ୍ରଣ ସମ୍ପର୍କରେ ସଚେତନ କରାଯାଉଛି। ଜିଲା ପ୍ରଶାସନର ଅଧିକାରୀମାନେ ଗାଁ ଗାଁକୁ ଯାଇ ଏହାର ତଦାରଖ କରୁଛନ୍ତି। ଏମ୍‌ସିଏଲ୍‌ ଲଖନପୁର କ୍ଷେତ୍ର ମହାପ୍ରବନ୍ଧକ ଅନିଲ କୁମାର ସିଂହ, ଏପିଏମ୍‌ ସଞ୍ଜୀବ ଭରଦ୍ୱାଜ, ଗଙ୍ଗାଧର ପାଲି ପ୍ରମୁଖ ଅଧିକାରୀମାନେ ମଧ୍ୟ ଏହାର ତଦାରଖ କରୁଛନ୍ତି।