Categories: ବାଣିଜ୍ୟ

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ମୁମ୍ବାଇ,୧୦-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ବା ଋଣ ସୁଧ ୧୦ ବେସସ୍‌ ପଏଣ୍ଟ ହ୍ରାସ କରିଛି। ସମସ୍ତ ବର୍ଷିକିଆ ପ୍ରଡକ୍ଟ ଉପରେ ଏହା କାର୍ଯ୍ୟକାରୀ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ନିମନ୍ତେବ୍ୟାଙ୍କ ଅଷ୍ଟମଥର ଲାଗି ଏଭଳି ସୁଧହାର ହ୍ରାସ କରିଛି। ଗ୍ରାହକଙ୍କୁ ସୁବିଧା ଲାଗି ଏଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଫଳରେ ନୂଆ ବର୍ଷିକିଆ ଏମ୍‌ସିଏଲ୍‌ଆର୍‌ ୭.୯୦%କୁ କମିଛି। ଏହା ପୂର୍ବରୁ ୮% ରହିଥିଲା।

Share