Posted inଖେଳ

ଏମ୍‌ଏସ୍‌ ଧୋନୀ କ୍ରିକେଟ କ୍ଲିନିକ୍‌ ଆରମ୍ଭ: ଭାଗନେଲେ ୮୦ ପ୍ରତିଯୋଗୀ

ଭୁବନେଶ୍ୱର, ୪।୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ସି.ଭି. ରମଣ ଇଞ୍ଜିନିୟରିଂ କ୍ରିକେଟ ଗ୍ରାଉଣ୍ଡରେ ସୋମବାରଠାରୁ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଏକାଡେମୀ ଆରମ୍ଭ ହୋଇଛି। ସକାଳ ୯.୩୦ରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ କ୍ଲିନିକ୍‌ରେ ରାଜ୍ୟର ବିଭିନ୍ନ ଜିଲାରୁ ୮୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୩ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ଲିନିକ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ମାନ୍ୟତା ପ୍ରାପ୍ତ କୋଚ୍‌ମାନେ ପ୍ରତିଯୋଗୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବେ। ବିସିସିଆଇ ଓ ଏନ୍‌ସିଏ ଲେଭଲ ୩ କୋଚ୍‌ ସତ୍ରଜିତ୍‌ ଲହରୀ ଓ ମନ୍ଦାର ଦଲିଭି ମହେନ୍ଦ୍ର ସିଂ ଏକାଡେମୀ କୋଚ୍‌ମାନେ ଏହି କ୍ଲିନିକ୍‌ରେ ଅତ୍ୟାଧୁନିକ ଶୈଳୀରେ ପ୍ରଶିକ୍ଷଣ ଦେବେ। କ୍ୱାଲିଟି କ୍ରିକେଟର ସୃଷ୍ଟି କରିବା ସହ ନେତୃତ୍ୱର ଓ ଦଳଗତ କାର୍ଯ୍ୟକ୍ଷମତାର ବିକାଶ ଦିଗରେ ଏହି କ୍ଲିନିକ୍‌ ବେଶ୍‌ ସହାୟକ ହେବ। ଏହି ସ୍ବତନ୍ତ୍ର କ୍ରିକେଟ ଏକାଡେମୀ ବା କ୍ଳିନିକ୍‌ର ଉଦ୍‌ଘାଟନୀ ଉତ୍ସବରେ ସି.ଭି. ରମଣ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ ଅଧ୍ୟକ୍ଷ ସଞ୍ଜୀବ ରାଜପୁତ, ହାଇ-ଟେକ ଗ୍ରୁପ୍‌ ଇନ୍‌ଷ୍ଟିଚ୍ୟୁଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ପ୍ରେମ ରଞ୍ଜନ ଓଝା, ପୂର୍ବତନ ନ୍ୟାଶନାଲ ବିସିସିଆଇ ମ୍ୟାଚ୍‌ ରେଫରି ବିଭୁ ଶତପଥୀ, ଅର୍କା ସ୍ପୋଟର୍‌ସ ମ୍ୟାନେଜର ଶେଖର ଚୌହାନ, ଫିଜିକାଲ ଟ୍ରେନିଂ ଇନ୍‌ଷ୍ଟ୍ରକ୍ଟର ନେହା ଆରୋରା ଓ ଓଡ଼ିଶା ହାଇକୋର୍ଟ ଆଡ୍‌ଭୋକେଟ ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଥାଉ କି, ଏହି ଏକାଡେମୀ କେବଳ ଭାରତ ନୁହଁ, ବିଦେଶରେ ମଧ୍ୟ କ୍ରିକେଟର ଉନ୍ନତି ପାଇଁ କାର୍ଯ୍ୟକରୁଛି। ଅତ୍ୟାଧୁନିକ ଟେକ୍‌ନୋଲୋଜି, ଉନ୍ନତ କୋଚିଂ ସୁବିଧାସୁଯୋଗ ସହ ମାନ୍ୟତାପ୍ରାପ୍ତ କୋଚ୍‌ମାନେ ଏହି ଏକାଡେମୀ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri