ଏମ୍‌ଏସ୍‌ପିରେ ଲାଗିଲା ସାନିଟାଇଜର ଟନେଲ

କେନ୍ଦୁଝର, ୧୯।୪(ସ୍ବ.ପ୍ର.)-ସ୍ଥାନୀୟ ସଦର ବ୍ଳକ ହଳଦିଗୁଣା ଗ୍ରାମରେ ଥିବା ଏମ୍‌ଏସ୍‌ପି ସ୍ପଞ୍ଜ କାରଖାନାରେ କରୋନା ସଂକ୍ରମଣ ରୋକିବା ପାଇଁ ସାନିଟାଇଜର ଟନେଲ ପ୍ରତିଷ୍ଠା କରାଯାଇଛି। ବାହାରୁ ଆସୁଥିବା ସମସ୍ତ କର୍ମଚାରୀ, ଟ୍ରକ ଚାଳକ, ଶ୍ରମିକ ଏହି ଟନେଲ ଦେଇ କାରଖାନା ଭିତରକୁ ପ୍ରବେଶ କରୁଛନ୍ତି। ଫଳରେ କରୋନା ସଂକ୍ରମଣକୁ ରୋକାଯାଉଥିବା ବେଳେ ସମସ୍ତଙ୍କୁ ସାବୁନରେ ହାତ ଧୋଇବା ମାସ୍କ ପିନ୍ଧି ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। କାରଖାନା ସଭାପତି ଦେବବ୍ରତ ସ୍ବାଇଁ ଏହାକୁ ଲୋକାର୍ପିତ କରିଥିବା ବେଳେ ମନୋଜ ମହାନ୍ତ, ପ୍ରିୟବ୍ରତ ସାମଲ, ବେଣୁଧର ମହାନ୍ତ ପ୍ରମୁଖ ଏହାର ତଦାରଖ କରୁଛନ୍ତି।