Categories: ବାଣିଜ୍ୟ

ଏମ୍‌ଏସ୍‌ଏମ୍‌ଇ ପାଇଁ ଆସିପାରେ ଷ୍ଟ୍ରେସ୍‌ ଆସେଟ୍‌ ଫଣ୍ଡ

ନୂଆଦିଲ୍ଲୀ,୨୫-୧୨: ଦେଶର ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା କରିବା ଲାଗି ଏକ ଷ୍ଟ୍ରେସ ଆସେଟ୍‌ ଫଣ୍ଡ ସରକାର ଗଠନ କରିପାରନ୍ତି। ଏହାକୁ ୫୦୦୦ କୋଟି ଟଙ୍କା ପୁଞ୍ଜି ସହାୟତାରେ ଗଠନ କରାଯିବା ନେଇ ରିଜର୍ଭ ବ୍ୟାଙ୍କ ଇଣ୍ଡିଆର କମିଟି ପ୍ରସ୍ତାବ ରଖିଛି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିତ୍ତୀୟ ସ୍ଥିତି ପ୍ରଭାବିତ ଥିବାରୁ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଲାଗି ପ୍ରଦାନ କରାଯାଉଥିବା ଅର୍ଥକୁ କିଛି ଅର୍ଥ କାଟି ଏହି ପାଣ୍ଠି ଲାଗି ଅର୍ଥ ଦିଆଯାଇ ପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ସୂଚନା ଯୋଗ୍ୟ, ବିମୁଦ୍ରୀକରଣ ପରେ କ୍ଷୁଦ୍ର ସଂସ୍ଥାଗୁଡିକ ନଗଦ କ୍ଷେତ୍ରରେ ନାନା ସମସ୍ୟା ସମ୍ନା କରିବା ପରେ ସରକାର ୟୁ.କେ. ସିହ୍ନା କମିଟି ଗଠନ କରିଥିଲେ। ମାତ୍ର ଅର୍ଥ ଅଭାବ ଯୋଗୁ କମିଟିର ପ୍ରସ୍ତାବକୁ ଏବେ ଯାଏ ଲାଗୁ କରାଯାଇ ପାରିନାହିଁ। କମିଟି ପ୍ରସ୍ତାବକୁ ଆଗାମୀ ୧୫ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି।

Share