Categories: ବାଣିଜ୍ୟ

ଏମ୍‌ଏସ୍‌ଏମ୍‌ଇ ଋଣ ଯୋଜନାର ସମୀକ୍ଷା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ଆରମ୍ଭ ହୋଇଥିବା ଋଣ ଗ୍ୟାରେଣ୍ଟି ଯୋଜନାର ମଙ୍ଗଳବାର ସମୀକ୍ଷା କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟଙ୍କୁ ସୀତାରାମନ ଭେଟିବା ସହ ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା କରିବା ଲାଗି ଋଣ ପ୍ରଦାନକୁ ତ୍ୱରାନ୍ବିତ କରିବା ଲାଗି ଆହ୍ବାନ ଦେଇଛନ୍ତି। ସରକାର ଏହି ଯୋଜନାରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ବ୍ୟାଙ୍କଗୁଡିକ କିଭଳି ଏହି ଯୋଜନାକୁ ଅଗ୍ରଗତି କରାଉଛନ୍ତି ସେ ଦିଗରେ ବିଭିନ୍ନ ସମୀକ୍ଷା କରାଯାଉଥିବା ଜଣାପଡିଛି।

Share