Categories: ବାଣିଜ୍ୟ

ଏମ୍‌ଏମ୍‌ଡିଆର୍‌ ଆକ୍ଟ , କୋଇଲା ଖଣି କ୍ଷେତ୍ର ନିୟମ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୯-୧: ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପମେଣ୍ଟ ରେଗୁଲେସନ ଆକ୍ଟ(ଏମ୍‌ଏମ୍‌ଡିଆର୍‌) ଏବଂ କୋଲ୍‌ ମାଇନ୍ସ( ସ୍ପେଶିଆଲ ପ୍ରୋଭିଜନ) ନିୟମରେ ପରିବର୍ତ୍ତନକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ କରାଯାଇଛି। ଏହା ଦ୍ୱାରା କୋଇଲା କ୍ଷେତ୍ରରେ ପୁଞ୍ଜି ନିବେଶ ଏବଂ କୋଇଲା ଉତ୍ପାଦନ ବୃଦ୍ଧି ଲାଗି ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି। କୋଇଲା କ୍ଷେତ୍ରରେ ବିଦେଶୀ ନିବେଶ କଟକଣାକୁ ମଧ୍ୟ ହଟାଯାଇଛି। ଏହି ନିୟମ ଦ୍ୱାରା କୋଲ୍‌ ବ୍ଲକ ଆବଣ୍ଟନରେ ସୁବିଧା ହେବ। ସେହିଭଳି ବାଣିଜି୍ୟକ କୋଇଲା ଅଧିକ ମାତ୍ରାରେ ଉତ୍ପାଦନ କରାଯାଇ ପାରିବ। ଇନ୍ଦ୍ରଧନୁଷ ଗ୍ୟାସ ଗ୍ରୀଡ ଲିମିଟେଡର ଉତ୍ତର ପୂର୍ବ ଗ୍ୟାସ ଗ୍ରୀଡ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଦେଶର ପୂର୍ବ ଭାଗରେ ଥିବା ୮ଟି ରାଜ୍ୟରେ ଗ୍ୟାସ୍‌ ଗ୍ରୀଡ ସ୍ଥାପନ କରାଯିବାର କ୍ୟାବିନେଟ ନିଷ୍ପତ୍ତି ହୋଇଛି। ଉକ୍ତ ପ୍ରକଳ୍ପ ଅଧିନରେ ୧୬୫୬ କିମି ଗ୍ୟାସ ଗ୍ରୀଡରେ ୯,୨୬୫ କୋଟି ଟଙ୍କା ନିବେଶ ହେବ ବୋଲି ସୂଚନା ରହିଛି।

Share