ଏମିତି ରେଳଷ୍ଟେଶନ, ଯାହାର ପରିଚାଳନା ଦାୟିତ୍ୱ ନିର୍ବାହ କରିଥାନ୍ତି ଛୋଟ ପିଲା

ଯେକୌଣସି ଦେଶରେ ଗମନାଗମନ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ଏଥିମଧ୍ୟରୁ ରେଳପଥ ଅନ୍ୟତମ। ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ନିହାତି ଜରୁରୀ। ବିଶେଷକରି ଏହାକୁ ନିୟନ୍ତ୍ରଣ କରିବା ମଧ୍ୟ ସହଜ କଥା ନୁହେଁ। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି,ଯେଉଁଠି ରେଳଷ୍ଟେଶନକୁ ନିୟନ୍ତ୍ରଣ କରିଥାନ୍ତି ଛୋଟ ପିଲା।


କ’ଣ କରିଥାନ୍ତି ପିଲାମାନେ…
ୟୁରୋପ ଦେଶର ହଙ୍ଗେରୀର ରାଜଧାନୀ  ବୁଦାପେଷ୍ଟ ନିକଟରେ ସବୁଜ ବନାନୀ ଘେରା ପାହାଡ଼ିଆ ଜଙ୍ଗଲରେ ଏକ ରେଳଷ୍ଟେଶନ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଏହି ରେଳଷ୍ଟେଶନର ପରିଚାଳନା ଦାୟିତ୍ୱ ଛୋଟଛୋଟ ପିଲାମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ଯେପରିକି ଟିକେଟ୍‌ କାଉଣ୍ଟର, ଡିଜେଲ ଇଞ୍ଜିନ୍‌, ସିଗ୍‌ନାଲ ଗାର୍ଡ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ପିଲାମାନେ ହିଁ କରିଥା’ନ୍ତି। ଗତବର୍ଷ ଏହି ରେଳଷ୍ଟେଶନ ୭୦ତମ ବାର୍ଷିକୋତ୍ସବ ପାଳନ କରିଛି।

ଏହି କାର୍ଯ୍ୟକ୍ରମ ୟଙ୍ଗ୍‌ଷ୍ଟାର ଅଫ୍‌ ଗିଏର୍ମିକ୍ୱାସ୍‌ ରେଳଷ୍ଟେନରେ ଅନୁଷ୍ଠିତ ହୋଇଥିଲା। ଷ୍ଟେଶନ ପରିଚାଳନା କାର୍ଯ୍ୟରେ ନିୟୋଜିତ ସମସ୍ତ ପିଲା ଲାଲ୍‌, ନୀଳ ଏବଂ ଧଳା ରଙ୍ଗର ପୋଷାକ ପିନ୍ଧି ଏକ ଭିନ୍ନ ନଜରରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ ଏଠାକାର ସମସ୍ତ ରେଳଷ୍ଟେଶନରେ ପିଲାମାନେ କୁଶଳତା ପୂର୍ବକ ଟିକେଟ୍‌ ବିକୁଥିବା ଦେଖିବାକୁ ମିଳିଥିଲା। ପିଲାମାନେ ରେଳ ଯାଞ୍ଚ କରିଥାନ୍ତି। ଷ୍ଟେଶନରୁ ରେଳ ବାହାରିବା ସମୟରେ ସାଲ୍ୟୁଟ୍‌ ମଧ୍ୟ କରିଥାନ୍ତି। ଏମିତି କରିବାରେ ପିଲାମାନେ ବହୁ ଆନନ୍ଦ ପାଇଥାନ୍ତି।

Share