Categories: ଫୁରସତ

ଏମିତି ମନ୍ଦିର ଯେଉଁଠି ରୋବଟ୍‌ ପୂଜାରୀ

ସାଧାରଣତଃ ମନ୍ଦିରରେ ପୂଜାରୀମାନେ ପୂଜା କରିଥାନ୍ତି। ମାତ୍ର ଏମିତି ଏକ ମନ୍ଦିର ରହିଛି ଯେଉଁଠି ପୂଜାରୀ ନୁହନ୍ତି, ରୋବଟ୍‌ କରିଥାନ୍ତି ପୂଜା। ଏପରି ମନ୍ଦିର ରହିଛି ଜାପାନରେ। ଏଠାକାର ୪୦୦ ବର୍ଷ ପୁରୁଣା ବୁଦ୍ଧ ମନ୍ଦିରରେ ରୋବଟ୍‌କୁ ପୂଜାରୀ ଭାବେ ନିଯୁକ୍ତି କରାଯାଇଛି। ଏହି ରୋବଟ୍‌ର ନାଁ ହେଉଛି ଆଣ୍ଡରୋଏଡ କାନୋନ୍‌। ଯିଏ କେଡାଜି ଓ କେଓଟ ମନ୍ଦିରରେ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଳୁଙ୍କୁ ଦୟା, କ୍ଷମା ଶିଖାଇଥାନ୍ତି। ମନ୍ଦିରରେ ଅନ୍ୟ ପୂଜାରୀ ରୋବଟ୍‌କୁ ଏହି କାର୍ଯ୍ୟରେ ସହାୟତା କରିଥାନ୍ତି। ସିଲିକନ୍‌ରେ ବନାଯାଇଥିବା ଏହି ରୋବଟ୍‌ ୬ ଫୁଟ ଲମ୍ବର ହୋଇଥିବା ବେଳେ ତାହା ମଣିଷ ଶରୀରର ରଙ୍ଗ ପରି ଦେଖାଯାଇଥାଏ। ଏହାକୁ ତିଆରି କରିବାରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

Share