Categories: ଫୁରସତ

ଏମିତି ଘଡ଼ି: ଏଥିରେ ନାହିଁ ୧୨ ସଂଖ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୁଇଜରଲ୍ୟାଣ୍ଡ୍‌: ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ଘଡ଼ିରେ ୧୨ ସଂଖ୍ୟା ନାହିଁ କି ଲୋକେ ଘଡ଼ିରେ କେବେ ୧୨ଟା ବାଜୁ ବୋଲି  ଚାହାନ୍ତି ନାହିଁ। ଏହା ପଛରେ ଥିବା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି  ଦେଶରେ ୧୨ସଂଖ୍ୟାକୁ ଅଶୁଭ ବୋଲି କୁହାଯାଏ। ସେଥିପାଇଁ ଲୋକେ ପ୍ରତି କଥାରେ କୁହନ୍ତି, ଅବସ୍ଥା ୧୨ ବାଜିଗଲାଣି ଅର୍ଥାତ୍‌ ଖରାପ ହୋଇଗଲାଣି।


ଏପରି ଅଜବ ଘଡ଼ି ରହିଛି, ସୁଇଜରଲ୍ୟାଣ୍ଡ୍‌ର ସୋଲର୍ଥନ ସହରରେ।  ଏହି ସହରର ମୁଖ୍ୟଛକରେ ଏକ ଘଡ଼ି ଲାଗିଛି। ଏହି ଘଡ଼ିରେ କେବଳ ୧୧ ସଂଖ୍ୟା ରହିଛି। ସହରର ଲୋକମାନେ ୧୨କୁ ଅଶୁଭ ମାନୁଥିବାବେଳେ ୧୧ସଂଖ୍ୟାକୁ ବେଶୀ ମାନିଥାନ୍ତି।

ଏହା ବ୍ୟତୀତ ସଂଗ୍ରାହାଳୟ, ଐତିହାସିକ ସ୍ଥାନ ଏବଂ ଟାଓ୍ବାରରେ ମଧ୍ୟ ୧୧ ସଂଖ୍ୟା ବିଶିଷ୍ଟ ଘଣ୍ଟା ରହିଛି। ସହରରେ ଥିବା ଏକ ଚର୍ଚ୍ଚର ଘଡ଼ିରେ ୧୨ ଅଙ୍କ ନାହିଁ। ଏହି ଚର୍ଚ୍ଚରେ ୧୧ ଦ୍ୱାର, ୧୧ ଘଣ୍ଟି, ୧୧ଟି ଶିଡ଼ି ରହିଛି। ଏଠାକାର ଲୋକେ ୧୧କୁ ଏତେ ମାନିଥା’ନ୍ତି ଯେ, ଯାହାର ଜନ୍ମଦିନ ଯେଉଁ ତାରିଖରେ ହୋଇ ଥାଉ ନା କାହିଁକି କେବଳ ୧୧ ତାରିଖରେ ହିଁ ପାଳନ କରାଯାଇଥାଏ।

Share