Categories: ଫୁରସତ

ଏମିତି ଗାଁ ଯେଉଁଠାରେ କେହି କରନ୍ତି ନାହିଁ ନିଶା ସେବନ

ବର୍ତ୍ତମାନ ସମୟରେ ନିଶା ସେବନ ଅନେକଙ୍କ ଅଭ୍ୟାସରେ ପରିଣତ ହେଲାଣି। କମ୍‌ ବୟସ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ନିଶା ସେବନ କରିଥାନ୍ତି। ମାତ୍ର ରାଜସ୍ଥାନର ଟିକଲା ନାମକ ଏକ ଛୋଟିଆ ଗ୍ରାମ ରହିଛି ଯେଉଁଠାରେ କେହି ନିଶା ସେବନ କରି ନ ଥାନ୍ତି। ବିଡି, ସିଗାରେଟ, ପାନ ମସଲାଠାରୁ ଏହି ଗ୍ରାମର ଲୋକମାନେ ସବୁବେଳେ ଦୂରେଇ ରହିଥାନ୍ତି। ଅନେକ ବର୍ଷ ହେବ ଏହି ପରମ୍ପରା ଚାଲିଆସୁଛି।
ଏହି ଗ୍ରାମର ସମୁୁଦାୟ ଲୋକ ସଂଖ୍ୟା ୧୫୦୦। ଗାଁଟି ଛୋଟ ହୋଇଥିଲେ ମଧ୍ୟ ଏହାର ପରମ୍ପରା ତାଙ୍କୁ ସବୁଠାରୁ ଭିନ୍ନ କରିପାରିଛି। ଗ୍ରାମର କାହା ଘରକୁ କେହି ବନ୍ଧୁ ଆସିଲେ ସେମାନଙ୍କୁ ମଧ୍ୟ ନିଶା ସେବନ ନ କରିବାକୁ ପରାମର୍ଶ ଦିଆଯାଇଥାଏ। କେହି ଅଜଣା ବ୍ୟକ୍ତି ି ଗାଁକୁ ପ୍ରବେଶ କଲେ ଗାଁ ଲୋକଙ୍କ ପ୍ରଥମ ପ୍ରଶ୍ନ ଥାଏ ପକେଟରେ କିଛି ମାଦକ ଦ୍ରବ୍ୟ ନାହିଁ ତ? ଏହା ପରେ ତାକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦିଆଯାଇଥାଏ। ଏହି ବିଶେଷତ୍ତ୍ୱ ପାଇଁ ଟିକଲା ଗ୍ରାମ ଅନ୍ୟ ଗ୍ରାମ ପାଇଁ ଆଦର୍ଶ ପାଲଟିଛି।

Share