ଏବେ ପସନ୍ଦ ହର୍ବାଲ ହୋଲି

ଭୁବନେଶ୍ୱର,୭ା୩(ବ୍ୟୁରୋ): ଦିନଥିଲା ପ୍ରକୃତିର ବିଭିନ୍ନ ରଙ୍ଗକୁ ବ୍ୟବହାର କରି ଲୋକେ ହୋଲି ଖେଳୁଥିଲେ। କିନ୍ତୁ କିଛିବର୍ଷ ହେଲା ହୋଲିରେ ରାସାୟନିକ ରଙ୍ଗର ବହୁଳ ବ୍ୟବହାର ହେଉଛି। ସ୍ବାସ୍ଥ୍ୟ ପ୍ରତି ଏହା ହାନିକାରକ ହେଉଥିବାରୁ ଲୋକେ ଏଥିପ୍ରତି ଧୀରେ ଧୀରେ ସଚେତନ ହେଲେଣି। ବିଶେଷ କରି ଚାଇନା ବିଭିନ୍ନ ପ୍ରକାର ରଙ୍ଗ ଭାରତୀୟ ବଜାରକୁ ଛାଡ଼ୁଥିବାରୁ ଏବେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଚାଇନାରୁ କରୋନା ଭାଇରସ ବିଭିନ୍ନ ଦେଶକୁ ବ୍ୟାପୁଛି। ଏହା ନିୟନ୍ତ୍ରଣାଧୀନ ନ ଥିବାରୁ ପ୍ରତ୍ୟହ ବହୁସଂଖ୍ୟାରେ ଜୀବନ ନେଉଛି। ତେଣୁ ଚଳିତବର୍ଷ ହୋଲି ନ ଖେଳିବାକୁ ଅନେକେ ଭାବୁଥିବାବେଳେ ବହୁ ଲୋକ ହର୍ବାଲ ହୋଲିକୁ ପ୍ରସନ୍ଦ କରୁଛନ୍ତି। ବର୍ତ୍ତମାନ ଗ୍ରୀନ୍‌ ଦିଓ୍ବାଲି ଭଳି ଗ୍ରୀନ୍‌ ହୋଲି ଏକ ଭିନ୍ନ ଚିନ୍ତାଧାରା ହୋଇଥିବାବେଳେ ଏବେ ସବୁଠାରୁ ଆଗରେ ରହିଛି ହର୍ବାଲ ହୋଲିର ଆୟୋଜନ। ଗତ କିଛିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱରରେ ହର୍ବାଲ ହୋଲି ଟ୍ରେଣ୍ଡ୍‌ରେ ଅଛି। ଏଭଳିସ୍ଥଳେ ଗତ ୮ବର୍ଷ ଧରି ଭୁବନେଶ୍ୱରରେ ହର୍ବାଲ ହୋଲି ଉତ୍ସବର ଆୟୋଜନ କରିଆସୁଥିବା ସ୍ବପ୍ନା ପତି ଫାଉଣ୍ଡେଶନ ପକ୍ଷରୁ ଚଳିତବର୍ଷ ଜାତୀୟ ସ୍ତରରେ ହର୍ବାଲ ହୋଲି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଘୋଷଣା ହୋଇଛି।
ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ଫାଉଣ୍ଡେଶନ୍‌ର ମୁଖ୍ୟ ତଥା ଅଭିନେତ୍ରୀ ସ୍ବପ୍ନା ପତି କହିଛନ୍ତି, ଆସନ୍ତା ୮ତାରିଖ ସନ୍ଧ୍ୟାରେ ସ୍ଥାନୀୟ ହୋଟେଲ କଳିଙ୍ଗ ଅଶୋକାରେ ହର୍ବାଲ ହୋଲି ଉତ୍ସବର ଆୟୋଜନ କରାଯିବ। ଏହାସହିତ ପ୍ରଥମଥର ପାଇଁ ଓଡ଼ିଶା ବାହାରେ ତଥା ପୁଣେରେ ଆସନ୍ତା ୧୦ ତାରିଖରେ ହର୍ବାଲ ହୋଲି ଉତ୍ସବ ଆୟୋଜିତ ହେବ। ସମସ୍ତ ପ୍ରକାରର ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ଏହା ପାଳନ ହେବ। ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପଡୁଥିବାରୁ ସଂଘର୍ଷ ଓ ସଂଗ୍ରାମ କରି ଜୀବନରେ ସଫଳ ହୋଇଥିବା ୩ ଜଣ ମହିଳାଙ୍କୁ ସମ୍ମାନିତ କରାଯିବ। ଏଥିସହିତ ଫୁଟବଲ ଖେଳି ଗୋଲ୍ଡ ମେଡାଲ ଜିତିଥିବା ୪୦ବର୍ଷରୁ ଅଧିକ ବୟସର ମହିଳା ଦଳଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ୟତମ ଆକର୍ଷଣ ରହିବ। ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଜଗତର କଳାକାରମାନେ ଯୋଗଦେଇ ହର୍ବାଲ ହୋଲିକୁ ଅଧିକ ରଙ୍ଗିନ ଏବଂ ଆକର୍ଷଣୀୟ କରିବେ। ଭାଇଚାରାର ଏହି ପର୍ବରେ କେବଳ ନିଜେ ନୁହେଁ, ବରଂ ଅନ୍ୟମାନଙ୍କୁ ରସାୟନ ରଙ୍ଗ ପ୍ରତି ସଚେତନ କରିବାକୁ ଯାଇ ହର୍ବାଲ ହୋଲି ପାଳନ କରିବାକୁ ସ୍ବପ୍ନା ପରାମର୍ଶ ଦେଇଥିଲେ।
ବଜାରରେ ମିଳୁଥିବା ରଙ୍ଗରେ ହାନିକାରକ ରାସାୟନିକ ପଦାର୍ଥ ମିଶ୍ରିତ ହୋଇଥାଏ। ଯଦ୍ଦ୍ବାରା ଅନେକ ଜୀବନହାନି ହେବା ସହ ମାରାତ୍ମକ ଦୁର୍ଘଟଣା ଘଟିଥାଏ। ଏହିସବୁ ରଙ୍ଗଠାରୁ ଦୂରେଇ ରହି ଗାଜର, ବିଟ୍‌, ଟମାଟୋ, ପୁଦିନା, ହଳଦୀ, ଚନ୍ଦନ, ନିମ୍ବପତ୍ର, ମୁଲତାନୀ ମାଟି ଆଦି ପ୍ରାକୃତିକ ଓ ଘରୋଇ ସାମଗ୍ରୀକୁ ବ୍ୟବହାର କରି ହର୍ବାଲ ହୋଲି ପାଳନ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବଜାରରେ ମିଳୁଥିବା ରାସାୟନିକ ଦ୍ରବ୍ୟ ମିଶା ରଙ୍ଗର ଦାମ୍‌ ଅପେକ୍ଷାକୃତ କମ୍‌ ରହୁଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ବେପାରରେ ଲାଭ କରିବାକୁ ଯାଇ ରଙ୍ଗ ତିଆରି କରୁଥିବା କମ୍ପାନୀମାନେ ରଙ୍ଗରେ ଅଧିକ ରସାୟନ ମିଶାଇ ବିକ୍ରି କରୁଛନ୍ତି। ପ୍ରଚୁର ରାସାୟନିକ ପଦାର୍ଥ ମିଶା ଏହି ରଙ୍ଗର କିଲୋ ପିଛା ମୂଲ୍ୟ ମାତ୍ର ୩୦୦ଟଙ୍କା ରହୁଛି। ତେଣୁ ଗ୍ରାହକମାନେ ସ୍ବାସ୍ଥ୍ୟ କଥା ଚିନ୍ତା ନ କରି ବହୁଳ ମାତ୍ରାରେ ଏଭଳି ଶସ୍ତା ରଙ୍ଗ କିଣି ନେଉଥିବା ଦେଖାଯାଉଛି। ଏନେଇ ଚର୍ମରୋଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ରସାୟନ ରଙ୍ଗ ତିଆରି ପାଇଁ କପର ସଲଫେଟ୍‌, କ୍ରୋମିୟମ ଆୟୋଡାଇଡ, ଆଲୁମିନିୟମ ବ୍ରୋମାଇଡ୍‌, ଲେଡ୍‌ ଅକ୍ସାଇଡ, ମରକ୍ୟୁରି ସଲଫେଟ୍‌ ଭଳି ହାନିକାରକ କେମିକାଲ ବ୍ୟବହାର କରାଯାଇଥାଏ। ଏହାଛଡା କେତେକସ୍ଥଳେ ଇଞ୍ଜିନ ଅଏଲ, ଟକ୍ସିକ୍‌ ଏବଂ ଆଲକାଲାଇନ ପଦାର୍ଥ ମଧ୍ୟ ବ୍ୟବହୃତ ହୋଇଥାଏ। ଏସବୁ ହାନିକାରକ କେମିକାଲ ଦ୍ବାରା ଚର୍ମରୋଗ, ଆଲର୍ଜି, କିଡ୍‌ନୀ ରୋଗ, ପକ୍ଷାଘାତ ଏବଂ ଅନ୍ଧତ୍ବ ହେବାର ଆଶଙ୍କା ରହିଥାଏ। ତେଣୁ ଯେତେ ସମ୍ଭବ ଏହାଠାରୁ ଦୂରେଇ ରହି ସାଧାରଣ ଫଗୁରେ ହୋଲି ଖେଳିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri