ଏବେଠୁ ଚଳଚଞ୍ଚଳ ସାବିତ୍ରୀଆଡ଼ି

ବନ୍ତ, ୧।୬ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ତୋଟାସାହିରେ ଥିବା ସାବିତ୍ରୀଆଡ଼ି ପୀଠ ଚଳଚଞ୍ଚଳ ହୋଇଉଠିଛି। ଆଉ ୨ ଦିନ ପରେ ସାବିତ୍ରୀ ଓଷା। ପ୍ରତିବର୍ଷ ସାବିତ୍ରୀ ବ୍ରତ ଦିନ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରୁ ହଜାର ହଜାର ସଧବା ନାରୀ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି। ଚଳିତବର୍ଷ ମଧ୍ୟ ସଧବାମାନଙ୍କ ସାମୂହିକ ପୂଜାର୍ଚ୍ଚନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିସହ ୫ ଦିନ ଧରି ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନର ବ୍ୟବସ୍ଥା କରାଯାଇଛି। ବ୍ରତ ଦିନ ସୁରୁଖୁରୁରେ କାର୍ଯ୍ୟକ୍ରମ ପରିଚାଳନା ନେଇ ପୂଜା କମିଟି ଓ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ବ୍ରତଧାରୀ ମହିଳାମାନେ ଏଠାକୁ ଆସି ମା’ ସାବିତ୍ରୀଙ୍କୁ ବିଭିନ୍ନ ଫଳ, ଫୁଲ ଅର୍ପଣ କରି ବିଧି ଅନୁସାରେ ପୂଜାର୍ଚ୍ଚନା କରିଥାନ୍ତି। ଶଙ୍ଖା, ଶାଢ଼ି ଅର୍ପଣ ପୂର୍ବକ ୨୧ ପ୍ରକାରର ଫଳମୂଳରେ ନୈବେଦ୍ୟ ବାଢ଼ିଥାନ୍ତି। ବ୍ରତଧାରୀମାନେ ଉପବାସ ରହି ନିଷ୍ଠାର ସହ ସ୍ବାମୀଙ୍କ ଦୀର୍ଘାୟୁ କାମନା କରନ୍ତି। ପୂଜକ ଜୟକୃଷ୍ଣ ପଣ୍ଡାଙ୍କ ରଚିତ ‘ସାବିତ୍ରୀ ବ୍ରତ’ ପୁସ୍ତକରୁ ଏହି ପୀଠର ମହାତ୍ମ୍ୟ ବିଷୟରେ ଜାଣିବାକୁ ମିଳିଥାଏ। ମତ୍ସ୍ୟ ପୁରାଣ ଅନୁସାରେ ସତ୍ୟଯୁଗରେ ଦ୍ୟୁମତ୍‌ସେନ୍‌ ନାମକ ଜଣେ ରାଜା ଏଠାରେ ରାଜତ୍ୱ କରୁଥିଲେ। ପୂର୍ବ ଦିଗରେ ଜାମ୍ବବ ନାମକ ରାକ୍ଷସ ବାସ କରୁଥିଲା। ସେ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ରାଣୀ ଶବ୍ୟାଙ୍କ ଶିଶୁପୁତ୍ର ସତ୍ୟବାନଙ୍କୁ ବନ୍ଦୀ କରି ନେଇଯାଇଥିଲା। ଯୁଦ୍ଧରେ ରାଜା ଦୁଇ ଆଖି ହରାଇବା ପରେ ଅତ୍ୟନ୍ତ ଅସହାୟ ହୋଇପଡ଼ିଥିଲେ। ଏଥିରେ ସମଗ୍ର ରାଜ୍ୟବାସୀ ବ୍ୟଥିତ ହୋଇ ଭଗବାନଙ୍କୁ ଆକୁଳ ପ୍ରାର୍ଥନା କରିଥିଲେ। ସେମାନଙ୍କ ପ୍ରାର୍ଥନା ଶୁଣି ଭଗବାନ ମାଧବ ରୂପରେ ସେଠାରେ ଜନ୍ମନେଇ ରାକ୍ଷସକୁ ବଧ କରିଥିଲେ। ଉକ୍ତ ସ୍ଥାନ ଏବେ ତୋଟାସାହି ନାମରେ ନାମିତ ହୋଇଛି। ରାଜାଙ୍କ ପୁତ୍ର ସତ୍ୟବାନ ରାଜ୍ୟଭାର ଗ୍ରହଣ କରିବା ପରେ ସେଠାରେ ଏକ ତେନ୍ତୁଳି ବୃକ୍ଷ ମୂଳେ ମା’ ସାବିତ୍ରୀ ଓ ସତ୍ୟବାନଙ୍କ ମୁଗୁନି ପଥର ମୂର୍ତ୍ତି ସ୍ଥାପନ କରିଲେ। ପରେ ପାର୍ଶ୍ୱଦେବତା ଭାବେ ମହାବଳୀ ହନୁମାନ ଏଠାରେ ପୂଜା ପାଇ ଆସୁଛନ୍ତି। ଏହି ପୀଠ ପ୍ରାଚୀନତାର ନିଦର୍ଶନ ବହନ କରୁଛି। ସାବିତ୍ରୀଆଡି ଭାବେ ପରିଚିତ ଏହି ପୀଠର ଉନ୍ନତି ଦାୟିତ୍ୱ ସରକାର ହାତକୁ ନେଲେ ଏହାର ପ୍ରସିଦ୍ଧି ବ୍ୟାପକ ହୋଇପାରନ୍ତା ବୋଲି ସ୍ଥାନୀୟ ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ସମେତ ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri