ଏବର୍ଷ ବଢ଼ିବନି ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ହେବ ନାହିଁ। ପୂର୍ବ ବର୍ଷ ଭଳି ଘରୋଇ ଉପଭୋକ୍ତାମାନେ ବିଦ୍ୟୁତ୍‌ ଦେୟ ପଇଠ କରିବେ। ବିଦ୍ୟୁତ୍‌ ଉତ୍ପାଦନ ଓ ବଣ୍ଟନ କମ୍ପାନୀଗୁଡିକର ଶୁଳ୍କ ବୃଦ୍ଧି ଆବେଦନର ଶୁଣାଣି କରି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଏହି ନିଷ୍ପତ୍ତି ନେଇଛି। ଏହି ନିର୍ଦ୍ଦେଶନାମା ଜୁନ୍‌ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ସମସ୍ତ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡିକର ବଲ୍କ ସପ୍ଲାୟ ଶୁଳ୍କରୁ ଦୁଇ ପ୍ରତିଶତ ହ୍ରାସ କରାଯାଇଛି। ବିଦ୍ୟୁତ୍‌ ପରିବହନ ଶୁଳ୍କରେ ଅପରିବର୍ତ୍ତିତ ରହିଛି। ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ(ଓଏଚପିସି) ପାଇଁ ବିଦ୍ୟୁତ୍‌ ଉପତ୍ାଦନ ଶୁଳ୍କ ଏକ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ(ଓପିଜିସିି)ର ଉପତ୍ାଦନ ଶୁଳ୍କରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି। ଯେଉଁ ଘରୋଇ ଏଲଟି ଲାଇନ ଉପଭୋକ୍ତା ଠିକ୍‌ ସମୟରେ ବିଦ୍ୟୁତ୍‌ ଦେୟ ପଇଠ କରୁଛନ୍ତି ସେମାନଙ୍କୁ ମାର୍ଚ୍ଚ ମାସରେ ଅତିରିକ୍ତ ରିହାତି ପ୍ରଦାନ କରାଯିବ। ଡିଜିଟାଲ ପେମେଣ୍ଟ କରୁଥିବା ଗ୍ରାହକମାନଙ୍କୁ ପ୍ରୋତ୍ସାହନ ସ୍ବରୂପ ବିଦ୍ୟୁତ୍‌ ଶୁଳ୍କରେ ରିହାତିକୁ ୧ ପ୍ରତିଶତରୁ ୨ ପ୍ରତିିଶତକୁ ବୃଦ୍ଧି କରାଯାଇଛି। ବଣ୍ଟନ କମ୍ପାନୀଗୁଡିକ ୬୦ ମାସ ପର୍ଯ୍ୟନ୍ତ ଉପଭୋକ୍ତାଙ୍କଠାରୁ ମିଟର ରେଣ୍ଟ ଆଦାୟ କରିପାରିବେ। ଘରୋଇ ଉପଭୋକ୍ତା, କୃଷି କ୍ଷେତ୍ର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନୂଆ ବିଦ୍ୟୁତ୍‌ ସଂଯୋଗ ପାଇଁ ତତ୍କାଳ ଯୋଜନା ଲାଗୁ ହେବ। ଏଚ୍‌ଟି ଏବଂ ଇଏଚ୍‌ଟି ଉପଭୋକ୍ତାଙ୍କ ପାଇଁ ପ୍ରତି ୟୁନିଟରେ ସରଚାର୍ଜ ୧୦ ପଇସା ଲାଗୁ ହେବ। ଏସ୍‌ସି/ଏସ୍‌ଟି ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସଗୁଡିକ ୟୁନିଟ୍‌ ପିଛା ୨ଟଙ୍କା ୪୦ ପଇସା ରିହାତି ପାଇବେ। ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍‌ ବିଲ୍‌ ପଇଠ କରୁଥିବା ସ୍ବଜଳା ଧାରା ଉପଭୋକ୍ତାଙ୍କୁ ସ୍ବତନ୍ତ୍ର ଭାବେ ୧୦ ପ୍ରତିଶତ ଅତିରିକ୍ତ ରିହାତି ଯୋଗାଇ ଦେବାକୁ ଓଇଆରସି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri