Categories: ବାଣିଜ୍ୟ

ଏଫ୍‌ପିଆଇ ଉଠାଇ ନେଲେ ୯,୧୦୩ କୋଟି

ନୂଆଦିଲ୍ଲୀ,୧୩।୪: ବର୍ତ୍ତମାନ କୋଭିଡ୍‌-୧୯ ଲାଗି ଶେୟାର ବଜାର କାରବାର ଗଭୀର ଭାବେ ପ୍ରଭାବିତ ହୋଇଛି। ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ) ବା ବିଦେଶୀ ନିବେଶକମାନେ ଚଳିତ ମାସ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୯,୧୦୩ କୋଟି ଟଙ୍କା ଉଠାଇ ନେଇଛନ୍ତି। ନିବେଶକମାନେ ଏବେ ସୁନା ଏବଂ ଡଲାର ଆଧାରିତ ପ୍ରତିଭୂତି ଉପରେ ଫୋକସ କରୁଥିବା ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସୁରକ୍ଷିତ ବିକଳ୍ପକୁ ନିବେଶକମାନେ ଏବେ ଗୁରୁତ୍ୱ ଦେଉଥିବାରୁ ପୁଞ୍ଜିବଜାରରୁ ଅର୍ଥ କାଢୁଛନ୍ତି ବୋଲି ବିଶେଷଜ୍ଞ କହିଛନ୍ତି। ଡିପୋଜିଟୋରି ତଥ୍ୟ ମୁତାବକ ପହିଲାଠାରୁ ୯ଏପ୍ରିଲ ଯାଏ ବିଦେଶୀ ନିବେଶକମାନେ ଶେୟାରରୁ ୨୯୫୧ କୋଟି ଏବଂ ବଣ୍ଡ ବଜାରରୁ ୨,୧୫୨ କୋଟି ଟଙ୍କା କାଢି ନେଇଥିବା ସୂଚନା ରହିଛି। ଏହାର ପୂର୍ବ ମାସରେ ଏଫ୍‌ପିଆଇ ପୁଞ୍ଜିବଜାରରୁ ୧.୧ ଲକ୍ଷ କୋଟି ଟଙ୍କା କାଢି ନେଇଥିଲେ। ମର୍ନିଂ ଷ୍ଟାର ଇଣ୍ଡିଆର ବରିଷ୍ଠ ବିଶେଷଜ୍ଞ କହିଛନ୍ତି ଯେ, ମହାମାରୀ ବିଶ୍ୱ ବଜାରକୁ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ କରିଛି। ବିଶ୍ୱର ଅଭିବୃଦ୍ଧିଶୀଳ ବଜାରଗୁଡିକ ଏହାଦ୍ୱାରା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି।

Share