Categories: ବାଣିଜ୍ୟ

ଏଫ୍‌ପିଆଇଙ୍କ ଉପରେ ଟିକସର ସ୍ପଷ୍ଟୀକରଣ ଅନାବଶ୍ୟକ: ସୀତାରାମନ୍‌

ନୂଆଦିଲ୍ଲୀ,୯-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି ଯେ, ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ)ଙ୍କ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଟିକସ ବୋଝ ସଂକ୍ରାନ୍ତରେ ଆଉ କୌଣସି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ। ବଜେଟରେ ୨-୫ କୋଟି ଟଙ୍କା ଆୟ ଉପରେ ସରଚାର୍ଜକୁ ୧୫ରୁ ୨୫%କୁ ଏବଂ ୫ କୋଟି ଟଙ୍କା ଉପରେ ଆୟ କ୍ଷେତ୍ରରେ ସରଚାର୍ଜକୁ ୩୭%କୁ ବୃଦ୍ଧି କରାଯାଇଛି। ଏଫ୍‌ପିଆଇଙ୍କ ଉପରେ ଟିକସ ବୃଦ୍ଧି ଯୋଗୁ ସେମାନେ ଏଥିରେ ହତୋତ୍ସାହିତ ହୋଇ ସୋମବାର ଦେଶର ଷ୍ଟକ୍‌ ବଜାରରେ ଭାରି ମାତ୍ରାରେ ଶେୟାର ବିକ୍ରି କରିଛନ୍ତି।

Share