ଏଫ୍‌ଡିଆଇ ଲାଗି ଉତ୍କୃଷ୍ଟ ସମୟ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଲାଗି ବର୍ତ୍ତମାନ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି ହୋଇଛି। ଭାରତ ସମେତ ସାରା ବିଶ୍ୱ ଏବେ ଲକ୍‌ଡାଉନ ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଛି। ଗ୍ରାମାଞ୍ଚଳରେ କିଛି କ୍ଷେତ୍ରକୁ ଏବେ ଏବେ ସରକାର କାର୍ଯ୍ୟ ପରିଚାଳନା ନେଇ ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସମୟରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ(ଏଫ୍‌ଡିଆଇ) ଆକୃଷ୍ଟ କରିବାକୁ ଭାରତ ଲାଗି ଏକ ଉତ୍କୃଷ୍ଟ ସମୟ ବୋଲି ଆମେରିକାରେ ଅବସ୍ଥିତ ଭାରତ କୈନ୍ଦ୍ରିକ ବିଜ୍‌ନେସ ଆଡଭୋକେସି ଗ୍ରୁପ୍‌ ପକ୍ଷରୁ ଏକ ଅଧ୍ୟୟନରେ କୁହାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, କରୋନା ମହାମାରୀ ସଙ୍କଟ ସ୍ଥିତି ଦେଇ ଭାରତ ଗତି କରୁଥିଲେ ମଧ୍ୟ ଫେସ୍‌ବୁକ୍‌ ଭାରତରେ ୫.୭ ବିଲିୟନ ଡଲାର ମୁକେଶ ଅମ୍ବାନୀଙ୍କ ଜିଓରେ ନିବେଶ କରିଛି। ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ବିଦେଶୀ ନିବେଶକଙ୍କ ଏହା ଦୃଢ଼ବିଶ୍ୱାସର ପ୍ରତିଫଳନ। ଏଭଳି କାର୍ଯ୍ୟ ଦେଶର ଆର୍ଥତ୍କ ବିକାଶଧାରା ଲାଗି ଏକ ଭଲ ସଙ୍କେତ ବୋଲି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ଏହି ପରିପ୍ରେକ୍ଷୀରେ ୟୁଏସ୍‌ ଇଣ୍ଡିଆ ଷ୍ଟ୍ରାଟେଜିକ ଆଣ୍ଡ ପାର୍ଟନରଶିପ ଫୋରମ(ୟୁଏସ୍‌ଆଇଏସ୍‌ପି) ସଭାପତି ମୁକେଶ ଆଝି କହିଛନ୍ତି ଯେ, ଭାରତକୁ ଏଫ୍‌ଡିଆଇ ଆକୃଷ୍ଟ କରିବା ଲାଗି କୋଭିଡ୍‌-୧୯ ସୁଯୋଗ ପ୍ରଦାନ କରିଛି। ନିବେଶ ଧାରା ଲାଗି ରହିଲେ ଭାରତ ଚାଇନାକୁ ପଛରେ ପକାଇ ବିଶ୍ୱର ୧ ନମ୍ବର ମାନୁଫାକଚରିଂ ହବ୍‌ ହେବାକୁ ସକ୍ଷମ ହେବ। ନୂଆ ନିବେଶ ଆସିଲେ ଏହା ନିଯୁକ୍ତି ସୃଷ୍ଟି ଏବଂ ବିକାଶଧାରାରେ ଯୋଗଦାନକୁ ବଢ଼ାଇବ। ଶ୍ରମ ଆଇନରେ ସଂଶୋଧନ, ସଂସ୍କାର ଧାରାରେ ଉନ୍ନତ ମାନୁଫାକଚରିଂକୁ ପ୍ରୋତ୍ସାହିତ କରିବା ଲାଗି ଜାପାନ ଭଳି ପ୍ୟାକେଜ ବ୍ୟବସ୍ଥା ଭଳି ଅନ୍ୟ ଦିଗରେ ସରକାର ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri