ଏଫ୍‌ଏଟିଏଫ୍‌ ବୈଠକ ପରେ ମୁକୁଳି ପାରନ୍ତି ହାଫିଜ

ଇସ୍‌ଲାମାବାଦ,୧୫।୨: ଫାଇନାନସିୟାଲ ଆକ୍ସନ ଟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍‌)ର ବୈଠକ ପରେ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦ ମୁକୁଳି ପାରନ୍ତି ବୋଲି ସୂଚନା ମିଳିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହାଫିଜଙ୍କୁ ଗିରଫ କରିବା ସମୟରେ ଏହି ଦିଗକୁ ଜାଣିଶୁଣି ଛାଡି ଦିଆଯାଇଥିଲା, ଯାହାଦ୍ୱାରା ସେ ଯେ କୌଣସି ସମୟରେ ମୁକୁଳି ପାରିବାର ରାସ୍ତା ଖୋଲା ରହିଥିଲା ବୋଲି କୁହାଯାଉଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଏହି ମାଷ୍ଟର ମାଇଣ୍ଡଙ୍କ ପାଇଁ ଲଢୁଥିବା ଓକିଲ କହିଛନ୍ତି ଏହାପରେ ସେ ଲାହୋର ହାଇକୋର୍ଟ ଯାଇପାରନ୍ତି।

Share