Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ:ଦକ୍ଷିଣ ଆଫ୍ରିକା ୬-୦ରେ ବିଜୟୀ

ଭୁବନେଶ୍ୱର, ୧୧।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପୁଲ ‘ବି’ ଶେଷ ଲିଗ୍‌ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬-୦ ଗୋଲରେ ଦୁର୍ବଳ ମେକ୍ସିକୋକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚରୁ ୧ ବିଜୟ ସହ ଏହି ଦଳ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଦକ୍ଷିଣ ଆଫ୍ରିକା ୬ ଗୋଲ ଦେଇଥିବାବେଳେ ୪ ବରଣ କରିଛି। ଅନ୍ୟପକ୍ଷରେ ୩ ପରାଜୟ ସହ ମେକ୍ସିକୋର ଅଭିଯାନ ଶେଷ ହୋଇଛି। ଏହି ଦଳ ଏବେ ୭-୮ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବ। ମେକ୍ସିକୋ ଲିଗ୍‌ ପର୍ଯ୍ୟାୟରେ ମାତ୍ର ୧ ଗୋଲ ଦେଇଥିବାବେଳେ ୧୮ ଗୋଲ ବରଣ କରିଛି।
ନିଜର ପ୍ରଥମ ୨ ମ୍ୟାଚରେ ଆମେରିକାଠାରୁ ୦-୨ ଓ ଜାପାନଠାରୁ ୦-୨ ଗୋଲରେ ହାରିଥିବା ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରିଥିବା ଏହି ଦଳ ମ୍ୟାଚର ୧ମ ମିନିଟରେ ହିଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟିି କରିଥିଲା। ମାଥ୍ୟୁ ବ୍ରାଉନ୍‌ ଏହାକୁଗୋଲରେ ପରିଣତ କରି ଦକ୍ଷିଣ ଆଫ୍ରିକାକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟ କ୍ବାର୍ଟରର ଅଧିକାଂଶ ସମୟରେ ମଧ୍ୟ ବଲ୍‌କୁ ମେକ୍ସିକୋ ହାଫ୍‌ରେ ରଖିଥିଲା ଦକ୍ଷିଣ ଆଫ୍ରିକା। ୧୭ତମ ମିନିଟରେ ନିକୋଲାସ ସ୍ପୁନରଙ୍କ ପେନାଲ୍ଟି କର୍ନର ଗୋଲ ସହାୟତାରେ ଏହି ଦଳ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୦ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ମେକ୍ସିକୋ ପ୍ରତିପକ୍ଷ ଦଳର ସମକକ୍ଷ ପ୍ରଦର୍ଶନ କରିପାରିି ନ ଥିଲା। ତୃତୀୟ କ୍ବାର୍ଟର ଆରମ୍ଭର ୨ୟ ମିନିଟରେ ଅର୍ଥାତ୍‌ ୩୨ତମ ମିନିଟରେ ଏନ୍‌କୋବିଲ ଏନ୍‌ଟୁଲି ଫିଲ୍ଡ ଗୋଲ ଦେଇ ଦକ୍ଷିଣ ଆଫ୍ରିକା ଅଗ୍ରଣୀ ବ୍ୟବଧାନକୁ ବଢ଼ାଇଥିଲେ। ଅନ୍ତିମ କ୍ବାର୍ଟରରେ ଅସହାୟ ମେକ୍ସିକୋ ବିପକ୍ଷରେ ୩ ଗୋଲ ଦେଇଥିଲା ଆଫ୍ରିକୀୟ ଦଳ। ୫୦ତମ ମିନିଟରେ ଅଷ୍ଟିନ ସ୍ମିଥ୍‌ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିବାବେଳେ ୫୩ତମ ମିନିଟରେ ରିଚାର୍ଡ ପଜ୍‌ ଏକ ଫିଲ୍ଡ ଗୋଲ ଦେଇଥିଲେ। ୫୮ତମ ମିନିଟରେ ଅଧିନାୟକ କିନାନ୍‌ ହର୍ନ ଆଉ ଏକ ଗୋଲ ଦେଇ ଦକ୍ଷିଣ ଆଫ୍ରିକାର ଅଗ୍ରଣୀ ବ୍ୟବଧାନକୁ ୬-୦ରେ ପହଞ୍ଚାଇ ଦେଇଥିଲେ। ମହିଳା ଓ ଶିଶୁକଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ଅତିଥିଭାବେ ଯୋଗଦେଇ ଦକ୍ଷିଣ ଆଫ୍ରିକାର ଏନକୋବିଲ ଏନ୍‌ଟୁଲିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri