ଏପ୍ରିଲ ଫୁଲ୍‌କୁ ନେଇ ଗୁଜବ କଲେ ହେବ କଠୋର କର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୩୧।୩: ରାତି ପାହିଲେ ଏପ୍ରିଲ ପହିଲା ବା ଏପ୍ରିଲ୍‌ ଫୁଲ୍‌। ଏହାକୁ ନେଇ କିଏ କେତେ ଥଟ୍ଟାମଜା କରିଥାଆନ୍ତି। ହେଲେ ଏବେ ଦେଶରେ ଲକ୍‌ଡାଉନ୍‌ ସାଙ୍ଗକୁ କରୋନା ଭାଇରସକୁ ନେଇ ପରିସ୍ଥିତି ଗମ୍ଭୀର ଥିବାରୁ ଏସବୁଥିରୁ ଦୂରେଇ ରହିବାକୁ କହିଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଏପ୍ରିଲ ଫୁଲ୍‌କୁ ନେଇ କୌଣସି ଗୁଜବ ବା ଭୁଲ୍‌ କଥା ପ୍ରଚାର ପ୍ରସାର କଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେ ଅତିକ୍ରମ କରି ସାରିଥିବା ବେଳେ ଏହାକୁ ନେଇ ଏବେ ସରକାର ଚିନ୍ତାରେ ପଡିଯାଇଛନ୍ତି।

Share