Categories: ଖେଳ

ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ହକି ପ୍ରୋ ଲିଗ୍‌ ସ୍ଥଗିତ

ଲୌସାନେ,୧୪।୩(ପି.ଟି.)- ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶନିବାର ଚଳିତ ପ୍ରୋ ଲିଗ୍‌କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ କରିଛି। ବିଭିନ୍ନ ଦେଶରୁ ମିଳିଥିବା ସୂଚନା ଓ ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ (ଡବ୍ଲଏଚ୍‌ଓ), ବିଭିନ୍ନ ଦେଶର ସରକାର ଓ ସ୍ଥାନୀୟ ଆୟୋଜକ କମିଟିର ପରାମର୍ଶକୁ ଭିତ୍ତି କରି ଏଫ୍‌ଆଇଏଚ୍‌ ଏହି ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଓ ସମସ୍ତ ଅଂଶଗ୍ରହଣକାରୀ ଜାତୀୟ ଆସୋସିଏଶନ (ଏନ୍‌ଏଏସ୍‌) ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ଧାର୍ଯ୍ୟ କରିଛନ୍ତି ବୋଲି ଅନ୍ତର୍ଜାତୀୟ ହକିର ପରିଚଳାନା ସଂସ୍ଥା ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ହୋମ ଓ ଆଓ୍ବେ ଭିତ୍ତିରେ ଖେଳାଯାଉଥିବା ଲିଗ୍‌ରେ ୯ ଦଳ ଅଂଶଗ୍ରହଣ କରୁଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ ଭାରତୀୟ ଦଳ ଏପ୍ରିଲ ୨୫ ଓ ୨୬ ତାରିଖରେ ଜର୍ମାନୀ ବିପକ୍ଷରେ ବର୍ଲିନଠାରେ ମ୍ୟାଚ ଖେଳିବାର ଅଛି। ପରିସ୍ଥିତିର ମୂଲ୍ୟାଙ୍କନ ଓ ସ୍ଥାନୀୟ କର୍ମକର୍ତ୍ତାଙ୍କ ନିଷ୍ପତ୍ତି ଉପରେ ମ୍ୟାଚ୍‌ କେବେ ଆୟୋଜନ ହେବ ତାହା ନିର୍ଭର କରେ।

Share