Posted inଫୁରସତ

ଏପରି ଗାଁ ଯେଉଁଠି ଅତିଥିଙ୍କୁ ଧୂମପାନ କରିବା ମନା…

କେତେକ ଲୋକ ଧୂମପାନ, ଡ୍ରଗ୍‌ସ, ମଦ, ଗୁଟ୍‌ଖା ଆଦିର ବ୍ୟବହାର କରିଥାନ୍ତି। ବିଶେଷକରି ଯୁବପିଢ଼ି ଏହାଦ୍ୱାରା ଅଧିକ କବଳିତ ହେଉଛନ୍ତି। ମାତ୍ର ରାଜସ୍ଥାନରେ ଏମିତି ଏକ ଗଁା ରହିଛି ଯେଉଁଠି ନିଶା ଦ୍ରବ୍ୟ ସେବନ ପାଇଁ ବାରଣ କରାଯାଇଥାଏ । ଏହି ଛୋଟ ଗଁାର ନାମ ହେଉଛି ଟିକଲା। ଗଁାର ଜନସଂଖ୍ୟା ୧୬ ଶହରୁ ଅଧିକ। ଗାଁରେ ଏପର୍ଯ୍ୟନ୍ତ କେହି କେବେ ନିଶାଦ୍ରବ୍ୟ ଛୁଇଁ ନାହାନ୍ତି ବୋଲି ଲୋକେ କୁହନ୍ତି। ଗାଁର ପିଲାଠାରୁ ବୁଢ଼ାଯାଏ କେହି କୌଣସି ନିଶାଦ୍ରବ୍ୟ ସେବନ କରନ୍ତିି ନାହିଁ। ଗଁାରେ କାହା ଘରକୁ ଅତିଥି ଆସିଲେ ସେମାନେ ମଧ୍ୟ ଧୂମପାନଠାରୁ ଦୂରେଇ ରୁହନ୍ତି। ଗଁାକୁ କେହି ଅଜଣା ଲୋକ ପ୍ରବେଶ କଲେ ମୁଖିଆମାନେ ସେମାନଙ୍କୁ ବିଡି, ସିଗାରେଟ୍‌, ପାନ, ଗୁଟ୍‌ଖା ଆଦି ଖାଉଛ ନା ନାହିଁ ବୋଲି ପ୍ରଶ୍ନ ପଚାରନ୍ତିି । ଯଦି ଲୋକଟି ହଁ କୁହେ ତେବେ ତାକୁ ଗଁାରୁ ତଡ଼ିଦିଆଯାଏ। ଯଦି ନା କୁହେ ତେବେ ତାଙ୍କୁ ଗାଁରେ ପ୍ରବେଶ କରିବାକୁ ଅନୁମତି ମିଳେ। ଗଁାରେ ବାବା ଭଗବାନ ଦାସଙ୍କ ମନ୍ଦିର ଏବଂ ସମାଧି ଥିବାରୁ ଏଠାରେ ନିଶାଦ୍ରବ୍ୟକୁ ବାରଣ କରାଯାଏ। ବାବା ଭଗବାନ ଦାସ ପ୍ରଥମେ ନିଶା ନିବାରଣ ଅଭିଯାନ ଆରମ୍ଭ କରିଥିଲେ ବୋଲି ଗ୍ରାମବାସୀ କୁହନ୍ତି। ଗ୍ରାମବାସୀଙ୍କ ଏପରି ସଂକଳ୍ପ ବର୍ତ୍ତମାନର ସମାଜ ପାଇଁ ଏକ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri