Categories: ଫୁରସତ

ଏପରି ଏକ ଦେଶ ଯେଉଁଠି ସ୍ନାତକ ଡିଗ୍ରୀ ପାଇଁ ଲଗାଇବାକୁ ପଡ଼େ ୧୦ ଗଛ

ଭୂପୃଷ୍ଠରେ ଦିନକୁ ଦିନ ଗଛ ସଂଖ୍ୟା କମିବାରେ ଲାଗିଛି। ମନୁଷ୍ୟକୃତ କାରଣ ସହ ପ୍ରାକୃତିକ ବିପର୍ଯ୍ୟାୟ ମଧ୍ୟ ଏହାର କାରଣ ସାଜିଛି। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଅବଲମ୍ବନ କରାଯାଉଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏପରି ଦେଶ ରହିଛି ଯେଉଁଠି ସରକାରଙ୍କ ପକ୍ଷରୁ ଗଛ ଲଗାଇବା ଲାଗି ବିଚିତ୍ର ନିୟମ କରାଯାଇଛି। ଉକ୍ତ ଦେଶର ଛାତ୍ରୀଛାତ୍ରଙ୍କୁ ୧୦ଟି ଗଛ ଲଗାଇବା ନିୟମ ରହିଛି। ଏହା କରିବା ଫଳରେ ସେମାନଙ୍କୁ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ମିଳିଥାଏ।
ଫିଲିପାଇନ୍ସ ସରକାରଙ୍କ ପକ୍ଷରୁ ଏଭଳି ନିୟମ କରାଯାଇଛି। ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ସ୍ବରୂପ ଏହାକୁ କଡ଼ାକଡ଼ି ପାଳନ କରାଯାଉଛିି। ଏପରି କରିବା ଦ୍ୱାରା ଦେଶରେ ଗୋଟିଏ ବର୍ଷରେ ୧୭୫ ମିଲିୟନ ଅଧିକ ଗଛ ଲଗାଯାଇପାରୁଛି। ଏହାର ଯତ୍ନ ନିଆଯାଇ ତାହାକୁ ବିକଶିତ କରାଯାଇପାରୁଛି। ତେବେ ସ୍ନାତକ ଡିଗ୍ରୀ ପାଇବାକୁ ହେଲେ ଛାତ୍ରଙ୍କୁ ଏହି ନିୟମ ମାନିବାକୁ ପଡୁଛି। ଏହାକୁ ଗ୍ରାଜୁଏଶନ ଲେଗ୍‌ସି ଏନ୍‌ଭାଇରନମେଣ୍ଟ ଆକ୍ଟ କୁହାଯାଉଛି। ଯାହାକୁ ଫିଲିପାଇନ୍ସ ସଂସଦରେ ସର୍ବ ସମ୍ମତିକ୍ରମେ ପାରିତ କରାଯାଇଛି। ଆଗାମୀ ଦିନରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ କଲେଜ ଛାତ୍ରଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ। ଗଛ ଲଗାଯିବା ଲାଗି ସରକାର ଜାଗା ଚୟନ କରିସାରିଛନ୍ତି।

Share