Categories: ବାଣିଜ୍ୟ

ଏନ୍‌ପିଏ ସର୍କୁଲାର ଜାରି ଲାଗି ନିର୍ବାଚନ କମିଶନଙ୍କ ଅନୁମତି ନେବ ଆର୍‌ବିଆଇ

ମୁମ୍ବାଇ,୩୦ -୪: ଏନ୍‌ପିଏ ସମାଧାନ ଯୋଜନା ଲାଗି ଗାଇଡଲାଇନ ଜାରି କରିବା ସଂକ୍ରାନ୍ତରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିର୍ବାଚନ କମିଶନଙ୍କଠାରୁ ଅନୁମତି ଲୋଡିବାକୁ ଯାଉଛି। ସୁପ୍ରିମକୋର୍ଟ ବିବାଦୀୟ ଫେବୃୟାରୀ ୧୨ ସର୍କୁଲାରକୁ ରଦ୍ଦ କରିଦେବା ପରେ ସଂଶୋଧିତ ଗାଇଡଲାଇନ ନେଇ ଆଉ ଏକ ସର୍କୁଲାର ଜାରି କରିବାକୁ ପଡିବ। ନୂଆ ନୀତିଗତ ନିଷ୍ପତ୍ତି କାରଣରୁ ଗାଇଡଲାଇନ ଜାରି କରିବା ପୂର୍ବରୁ ନିର୍ବାଚନ କମିଶନଙ୍କ ଅନୁମତି ନେବା ନିହାତି ପ୍ରୟୋଜନ ହୋଇପଡିଛି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଅର୍ଥନୀତି ପାଇଁ ଆବଶ୍ୟକ ହେଉଥିବା ନୀତି ଗ୍ରହଣ ପାଇଁ କମିଶନ ଆଦର୍ଶ ଆଚରଣ ବିଧି ଛାଡ଼ କରିଛି। ମୁଖ୍ୟତଃ ୩ କାରଣରୁ ଆର୍‌ବିଆଇର ଫେବୃୟାରୀ ୧୨ ସର୍କୁଲାର ବିବାଦୀୟ ହୋଇଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

Share