ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳ ଜିଲାରେ ଥିବା ଗ୍ରହଣଖଣ୍ଡିଆ ଓ ଅଗ୍ନି ବିକଳାଙ୍ଗ ରୋଗୀଙ୍କ ପ୍ଲାଷ୍ଟିକ ସର୍ଜରୀ ଚିକିତ୍ସା ହାଇଦ୍ରାବାଦରେ କରାଯିବ। ସେଠାରେ ମାଗଣା ଚିକିତ୍ସାସେବା ଉପଲବ୍ଧ ହେଉଥିବାରୁ ଏହାର ସୁଯୋଗ ଅନୁଗୋଳର ରୋଗୀଙ୍କୁ ଦେବାକୁ କଣିହଁାସ୍ଥିତ ଏନ୍ଟିପିସି ଡାକ୍ତରଖାନାର ଜଣେ ଡାକ୍ତର ପ୍ରସ୍ତାବ ଦେଇଥିଲେ। ଏହା ଉପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ପ୍ରତାପ କୁମାର ବେହେରା ମୋହର ମାରିବା ସହ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି।
ସିଡିଏମ୍ଓଙ୍କ କହିବା ଅନୁଯାୟୀ, ଜିଲାରେ ଥିବା ଗ୍ରହଣଖଣ୍ଡିଆ ଓ ପୋଡ଼ିଯାଇ ବିକଳାଙ୍ଗ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଷ୍ଟିକ ସର୍ଜରୀ ଚିକିତ୍ସା ହାଇଦ୍ରାବାଦରେ ମାଗଣାରେ କରାଯିବାକୁ ଏକ ପ୍ରସ୍ତାବ ମିଳିବା ପରେ ଜିଲାରେ ଥିବା ୮ଟି ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ଚିହ୍ନଟ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। କଣିହଁା, ପାଲଲହଡ଼ାର ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟା କଣିହଁାରେ କରାଯିବ। ଛେଣ୍ଡିପଦା, ଆଠମଲ୍ଲିକ ଓ କିଶୋରନଗର ରୋଗୀଙ୍କୁ ବଇଣ୍ଡାରେ ଚିହ୍ନଟ କରାଯିବ। ତାଳଚେରରେ ତାଳଚେର ଓ ବଅଁରପାଳର ରୋଗୀଙ୍କୁ ଚିହ୍ନଟ କରାଯିବ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନୁଗୋଳ ବ୍ଲକରେ ଥିବା ରୋଗୀଙ୍କୁ ଚିହ୍ନଟ କରାଯିବ। ରୋଗୀଙ୍କ ଚିହ୍ନଟ ସମ୍ପର୍କିତ ତାଲିକା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ ମଧ୍ୟ କୁହାଯାଇଛି। ଏହାପରେ ହାଇଦ୍ରାବାଦରୁ ଡାକ୍ତରମାନେ ଆସି ୪ ଦିନ ବିଭିନ୍ନ ସ୍ଥାନରେ ରୋଗୀଙ୍କ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ପରେ ପ୍ରସ୍ତୁତ ତାଲିକାରୁ ରୋଗୀଙ୍କୁ ଚିହ୍ନଟ କରିବେ। ତାଲିକା ଚୂଡ଼ାନ୍ତ ହେବା ପରେ ଅଗଷ୍ଟ ମାସରେ ତାହାକୁ ସ୍କ୍ରୁଟିନି କରାଯିବ। ଏହାପରେ ସେପ୍ଟେମ୍ବରରେ ୩ଟି ପର୍ଯ୍ୟାୟରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ରୋଗୀଙ୍କୁ ଧରି ହାଇଦ୍ରାବାଦ ଯିବେ। ଗୋଟିଏ ପର୍ଯ୍ୟାୟରେ ୩୦ରୁ ୩୫ ଜଣ ରୋଗୀଙ୍କୁ ହାଇଦ୍ରାବାଦ ପଠାଯିବ। ସେଠାରେ ରୋଗୀଙ୍କ ମାଗଣାରେ ଚିକିତ୍ସା କରାଯିବାକୁ ଥିବାବେଳେ ଯାତାୟାତ ଖର୍ଚ୍ଚ ଜିଲା ପ୍ରଶାସନ ବହନ କରିବ। ଏ ନେଇ ଫାଇଲ ଜିଲାପାଳଙ୍କ ନିକଟକୁ ଯାଇଥିବା ସିଡିଏମ୍ଓ କହିଛନ୍ତି।
ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…
ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…
ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...
ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…
ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...
ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ
ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...
ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ
ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...
ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ
ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...
ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…
ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...
ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ
ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...
Archives


