ଏନ୍‌ଏସି ପକ୍ଷରୁ ଲୋକଙ୍କୁ ଖାଦ୍ୟ ବଣ୍ଟନ

ଗୁଡଭେଲା,(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକରେ ୯୧ ଜଣଙ୍କ ନାମ ପଞ୍ଜୀକୃତ ହୋଇଛି, ଯେଉଁମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଏବେ ଘରକୁ ଫେରିଛନ୍ତି। ୧୩ଟି ପଞ୍ଚାୟତର ୧୩ଟି ସ୍ଥାନରେ ଅସ୍ଥାୟୀ ଶିବିର କରାଯାଇଛି। ୩୪୫ଟି ଶଯ୍ୟା ବବସ୍ଥା ହୋଇଛି। ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ହିମାଂଶୁ ଶେଖର ମିଶ୍ର ଏହି ସୂଚନା ଦେଇଛନ୍ତି। ସେହିପରି ତୁଷୁରା ଏନଏସି ଅଞ୍ଚଳକୁ ବାହାର ରାଜ୍ୟରୁ ଆସିଥିବା ୨୩ ଜଣ ବ୍ୟକ୍ତିଙ୍କ ନାମ ପଞ୍ଜୀକରଣ ହୋଇଛି। ଅନ୍ୟପକ୍ଷେ ଏନଏସି ପକ୍ଷରୁ ୭ ଦିନ ପାଇଁ କେତେକ ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଥିବା ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗ କହିଛନ୍ତି।