ଏନ୍‌ଏସି କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ

ଗୋପାଳପୁର,୩୧ା୮-ଗୋପାଳପୁର ଏନ୍‌ଏସି କାର୍ଯ୍ୟାଳୟର ସିଇଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଓ ଗାଳିଗୁଲଜ କରିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଗୋପାଳପୁର ଏନ୍‌ଏସି ଅଞ୍ଚଳର ଜଣେ ମହିଳା ବିଭିନ୍ନ ସମୟରେ ଏନ୍‌ଏସି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ଆସୁଛନ୍ତି। ଅପରାହ୍ନରେ ସମ୍ପୃକ୍ତ ମହିଳା ଏନ୍‌ଏସି କାର୍ଯ୍ୟାଳୟକୁ ଆସି କୌଣସି ଏକ ବିଷୟକୁ ନେଇ ପାଟିତୁଣ୍ଡ କରୁଥିଲେ। ଏ ନେଇ ସିଇଓ ଅନାମିକା ପଟ୍ଟନାୟକ ଓ କନିଷ୍ଠ ଯନ୍ତ୍ରୀ ହିସି ହାଂସଦା କାହିଁକି ଏତେ ଜୋରରେ ପାଟି କରୁଛ ବୋଲି ପଚାରିବାରୁ ଉକ୍ତ ମହିଳା ତାଙ୍କୁ ଗାଳିଗୁଲଜ କରିବା ସହ ମୋତେ କେହି କିଛି କରିପାରିବ ନାହିଁ ବୋଲି କହିଥିଲେ। ଏହାର ଭିଡିଓ ସିସି ଫୁଟେଜରେ ରେକର୍ଡ ହୋଇଛି । ଏ ନେଇ କନିଷ୍ଠ ଯନ୍ତ୍ରୀ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ନଂ. ୯୧/୧୯ରେ ମାମଲା ରୁଜୁ କରି ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଖୋଜୁଥିବା ନେଇ ଥାନା ସୂତ୍ରରୁ ପ୍ରକାଶ।