ଏନ୍‌ଏଲ୍‌ସି ଇଣ୍ଡିଆ ପାଓ୍ବାରପ୍ଲାଣ୍ଟ ଜନଶୁଣାଣିକୁ ହିରିମା ପଞ୍ଚାୟତବାସୀଙ୍କ ବିରୋଧ

ଝାରସୁଗୁଡ଼ା ଅଫିସ/ଲଖନପୁର,୨୨।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ହିରିମା ପଞ୍ଚାୟତରେ ନେଭେଲ୍‌ ଲିଗ୍‌ନାଇଟ୍‌ କର୍ପୋରେଶନ୍‌ ଇଣ୍ଡିଆ ଲିମିଟେଡ୍‌(ଏନ୍‌ଏଲ୍‌ସିଆଇଏଲ୍‌)ନାମକ ଏକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ନିର୍ମାଣ କରିବାପାଇଁ କମ୍ପାନୀ ପ୍ରସ୍ତାବ ରଖିଛି। ଏନେଇ କମ୍ପାନୀ ତରଫରୁ ଜିଲାପ୍ରଶାସନ ଜରିଆରେ ମଙ୍ଗଳବାର ଗରିହାଡିହି ସ୍କୁଲ୍‌ ପଡିଆରେ ସାମାଜିକ ପ୍ରଭାବ ଆକଳନ ସର୍ବେକ୍ଷଣ ବିବରଣୀ ଜନ ଶୁଣାଣି ଆୟୋଜନ ହୋଇଥିଲା। ଏଥିରେ ଉପଜିଲାପାଳ ଶିବ ଟପ୍ପୋ, ଅତିରିକ୍ତ ଜିଲାପାଳ ଆଲୋମଣି ସେଠୀ, ଅତିରିକ୍ତ ତହସିଲଦାର ଗୋଲଖ ବିହାରୀ ମଙ୍ଗରାଜ, ଇଡ୍‌କୋ ଅଧିକାରିଣୀ ହେମବନ୍ତୀ ପାତ୍ର,ଜ୍ୟୋତ୍ସାରାଣି ନନ୍ଦ,ଏନ୍‌ଏଲ୍‌ସିଆଇଏଲ୍‌ ଅଧିକାରୀ ଟି ସତ୍ୟମୂର୍ତ୍ତି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ଏହାକୁ ପଞ୍ଚାୟତବାସୀ ପ୍ରଥମରୁ କଡ଼ା ବିରୋଧକରି ହୋହାହ୍ଲା କରିଥିଲେ। ପ୍ରଦୂଷଣକୁ ଦୃଷ୍ଟିରେରଖି ଏଠାରେ ପାଓ୍ବାରପ୍ଲାଣ୍ଟ ନ କରିବାପାଇଁ ପଞ୍ଚାୟତବାସୀ ଦାବି କରିଥିଲେ ା ପଞ୍ଚାୟତବାସୀଙ୍କ ବିରୋଧ ଯୋଗୁ ଜନଶୁଣାଣି ହୋଇପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍‌ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ

ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍‌…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri